ଶ୍ରୀନଗର ଏନକାଉଣ୍ଟରରେ ନିହତ ହେଲେ ୨ ପାକିସ୍ତାନୀ ଆତଙ୍କବାଦୀ; ସିଆରପିଏଫ ଯବାନଙ୍କ ଉପରେ ହୋଇଥିବା ଆକ୍ରମଣରେ ଥିଲେ ସମ୍ପୃକ୍ତ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଶ୍ରୀନଗରରେ ସୁରକ୍ଷା ବାହିନୀ ସହ ଏନକାଉଣ୍ଟର ବେଳେ ଦୁଇ ପାକିସ୍ତାନୀ ଆତଙ୍କବାଦୀ ନିହତ ହୋଇଛନ୍ତି । ଏହି ଏନକାଉଣ୍ଟରରେ ଦୁଇଜଣ ପୋଲିସ କର୍ମଚାରୀ ଏବଂ ସିଆପିଏଫ ଯବାନ ମଧ୍ୟ ଆହତ ହୋଇଛନ୍ତି ବୋଲି ସୂଚନା ମିଳିଛି । ନିହତ ଆତଙ୍କବାଦୀମାନେ ଶ୍ରୀନଗରରେ ସିଆରପିଏଫ ଉପରେ ହୋଇଥିବା ଆକ୍ରମଣରେ ସମ୍ପୃକ୍ତ ଥିଲେ । ଯେଉଁଥିରେ ଜଣେ ସିଆରପିଏଫ କର୍ମଚାରୀଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଆହତ ହୋଇଥିଲେ। କଶ୍ମୀର ପୁଲିସ ଇନ୍ସ୍ପେକ୍ଟର୍ ଜେନେରାଲ୍ ଗଣମାଧ୍ୟମକୁ କହିଥିଲେ, ଏନ୍କାଉଣ୍ଟର୍ରେ ନିହତ ଆତଙ୍କବାଦୀଜଣକ ନିକଟ ଅତୀତରେ କଶ୍ମୀର ଉପତ୍ୟକାରେ କେନ୍ଦ୍ରୀୟ ବଳ ଉପରେ ହୋଇଥିବା ଆକ୍ରମଣ ସହ ଜଡ଼ିତ ଥିଲା।
ଆଜି ସକାଳୁ ଆରମ୍ଭ ହୋଇଥିବା ଏନ୍କାଉଣ୍ଟର୍ ଏବେ ମଧ୍ୟ ବଳବତ୍ତର ରହିଛି।ଜମ୍ମୁ ଓ କଶ୍ମୀର ପୁଲିସ ମୁଖପାତ୍ରଙ୍କ କହିବା ଅନୁସାରେ, ଆତଙ୍କବାଦୀମାନଙ୍କ ଉପସ୍ଥିତି ଥିବା ସୂଚନାକୁ ଆଧାର କରି ସିର୍ହମା ଅଞ୍ଚଳରେ ମିଳିତ ତଲାସ ଅଭିଯାନ ଆରମ୍ଭ ହୋଇଥିଲା। ତଲାସକାରୀ ଦଳ ଘଟଣାସ୍ଥଳର ନିକଟତର ହେବାରୁ ଆତ୍ମଗୋପନକାରୀ ଆତଙ୍କବାଦୀମାନେ ନିର୍ବିଚାର ଭାବେ ସେମାନଙ୍କୁ ଉପରକୁ ଗୁଳି ଚଳାଇବାରୁ ଏନ୍କାଉଣ୍ଟର୍ର ସୂତ୍ରପାତ ହୋଇଥିଲା। ଘଟଣାସ୍ଥଳରୁ ନିହତ ଆତଙ୍କବାଦୀର ଶବ ଉଦ୍ଧାର କରାଯାଇଛି। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିଛି ।

Related Posts