ରାଜଧାନୀ ଭୁବନେଶ୍ବରର ୭ଟି ସ୍ଥାନରେ ବାଣ ବିକ୍ରି ପାଇଁ ଅନୁମତି ଦେଲା ପ୍ରଶାସନ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦୁଇ ବର୍ଷ ପରେ କରୋନା କଟକଣାରୁ ମୁକ୍ତ ହୋଇ ଚଳିତବର୍ଷ ଧୁମଧାମରେ ପାଳନ ହେବ ଦୀପାବଳି। ଏଥର ରାଜ୍ୟରେ ବାଣ ଫୁଟାଇବାକୁ ଅନୁମତି ଥିବାରୁ ଆତସବାଜିରେ କମ୍ପିବ ରାଜଧାନୀ ଭୁବନେଶ୍ଵର। ଏଥିପାଇଁ ରାଜଧାନୀର ୭ଟି ଜାଗାରେ ବାଣ ବିକ୍ରି ପାଇଁ ପ୍ରଶାସନ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି।

ସୂଚନା ଅନୁସାରେ, ଭୁବନେଶ୍ୱର ଗାଡ଼କଣ ଶବର ସାହି ମେଳନ ପଡିଆ, ବମିଖାଲ ମୌଜାର ରସୁଲଗଡ଼ ଦୁର୍ଗାପୂଜା ମଣ୍ଡପ, ପାଣ୍ଡରା ମୌଜାର ପଳାଶୁଣି ବିଜୁପଟ୍ଟନାୟକ ପଡିଆ, ବାପୁଜୀ ନଗରର ୟୁନିଟ ୧ ହାଇସ୍କୁଲ ପଛପଟ ଓ ଲକ୍ଷ୍ମୀସାଗର ମେଳଣ ପଡ଼ିଆରେ ବାଣ ବିକ୍ରି ପାଇଁ ଅନୁମତି ମିଳିଛି।ସେହିପରି ବଡ଼ଗଡ଼ର ୨ଟି ସ୍ଥାନରେ ବାଣ ବିକ୍ରି ପାଇଁ ପ୍ରଶାସନର ଅନୁମତି ରହିଛି।

ଏହି ସ୍ଥାନରେ ବାଣ ବିକ୍ରି ବେଳେ ଅଘଟଣ ରୋକିବାକୁ ଦୃଷ୍ଟିରେ ରଖି ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା କରାଯିବ। ଅଗ୍ନିଶମ ବାହିନୀ ଦଳକଳ ସହ ଏହି ସ୍ଥାନମାନଙ୍କରେ ମୁତୟନ ରହିବେ। ଯେକେହି ଲାଇସେନ୍ସ ପ୍ରାପ୍ତ ଦୋକାନୀ ଆବଶ୍ୟକ ଶୁଳ୍କ ଦେଇ ଏହି ସ୍ଥାନରେ ବାଣ ଦୋକାନ ଖୋଲି ପାରିବେ। ଲୋକେ ଏହି ସ୍ଥାନରୁ ବାଣ କିଣିବା ସହ ଫୁଟାଇବା ବେଳେ ନିରାପତା ପାଳନ କରିବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି।

Related Posts