AIADMK ସ୍ଥିର କରିପାରୁନି ବିରୋଧୀଦଳ ନେତା କିଏ ହେବ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର :ବିରୋଧୀ ଦଳ ନେତା ବାଛିବା ପାଇଁ ଶୁକ୍ରବାରଦିନ ନବ ନିର୍ବାଚିତ AIADMK ବିଧାୟକଙ୍କ ମିଟିଙ୍ଗରେ ଦଳର ସଂଯୋଜକ ଓ.ପାନେରସେଲଭାମ ଏବଂ ସହ- ସଂଯୋଜକ ଏଡାପାଦୀ କେ ପାଲାନିସ୍ୱାମୀଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି । ପାର୍ଟି ମୁଖ୍ୟ କାର୍ଯ୍ୟାଳୟରେ  ହୋଇଥିବା ବୈଠକରେ କୌଣସି ସମାଧାନର ବାଟ ନବାହାରିବାରୁ ଆସନ୍ତା ୧୦ତାରିଖ କୁ ଦ୍ୱିତୀୟ ମଟିଙ୍ଗ ସ୍ଥିର କରାଜାଇଛି । ପାର୍ଟି ମୁଖ୍ୟ କାର୍ଯ୍ୟାଳୟ ବାହାରେ ଦୁଇଟି ବିଭାଗ ମଧ୍ୟରେ ଲମ୍ବା ସମୟ ଧରି ପାଟି ଲାଗି ରହିଥିଲା । ମୁଖ୍ୟମନ୍ତ୍ରୀ ପାର୍ଥୀ  ଥିବା  କେ ପାଲାନିସ୍ୱାମୀଙ୍କ ସମର୍ଥକ ମାନେ କହିଥିଲେ ପଶ୍ଚମ ତାମିଲ ନାଡୁରେ ଦଳ ଭଲ ପ୍ରଦର୍ଶନ କରିଥିବାରୁ ସେ ବିରୋଧି ଦଳ ନେତା ହେବା ଆବଶ୍ୟକ । କିନ୍ତୁ ଓ.ପାନେରସେଲଭାମ ସମର୍ଥକ ମାନେ ବିଶ୍ୱସ କରନ୍ତିଯେ  ପାଲାନିସ୍ୱାମୀ ଯେତେବେଳେ ମୁଖ୍ୟମନ୍ତ୍ରୀ ଥିଲେ ସେତେବେଳେ ତାଙ୍କ ଭୁଲ ନିତି ଯୋଗୁ ଦଳ ଅନ୍ୟ ଭାଗରେ ଖରାପ ପଦର୍ଶନ କରିଥିଲା । ସୁତ୍ରରୁ ପ୍ରକାଶଯେ  ଦଳର ବିଧାୟକମାନେ  ପହଞ୍ଚିବା ପରେ କିଛି ବରିଷ୍ଠ ନେତା ଅଲଗା ଅଲଗା ହୋଇ ଦୁଇଘଣ୍ଟା ରୁ ଅଧିକ ସମୟ ଧରି ଆଲୋଚନା କରୁ ଥିଲେ । ଦଳ ସୁତ୍ରରୁ ପ୍ରକାଶ ଯେ  ସେମାନଙ୍କର ଆଲୋଚନା ଯାହାକି କିଛି ସମୟଧରି ଚାଲିଥିଲା, ଯାହା ଆଶା କରାଯାଇ ନଥିଲା । ବରିଷ୍ଠ ନେତାଙ୍କ ବୌଠକ ଶେଷ ହେବାପରେ ବିଧାୟକ ମାନଙ୍କର   ମିଟିଙ୍ଗ ଆରମ୍ଭ ହୋଇଥିଲା । କିନ୍ତୁ ବିରୋଧି ଦଳ ନେତା ବାଛିବା ପ୍ରସଙ୍ଗ ସ୍ଥିର ହୋଇ ନାହିଁ । ନିର୍ବାଚନ ସମୟରେ ଦଳର ପ୍ରଦର୍ଶନ ଏବଂ ସେମାନଙ୍କ ପଛରେ ଥିବା କାରଣ ଉପରେ ଆଲୋଚେନା କରାଯାଇଥିଲାବୋଲି ଦଳସୁତ୍ରରୁ ପ୍ରକାଶ । ଜଣେ ବରିଷ୍ଠ ନେତା ହିଛନ୍ତି, ଆମର କୌଣସି ଅସୁବିଧା ନାହିଁ, ଆମେ ସମସ୍ତ ସମସ୍ୟାର ସମାଧାନ କରିବୁ । ସୋମବାର ସକାଳେ ବିଧାୟକ ମାନଙ୍କୁ ନେଇ ମିଟିଙ୍ଗ ହେବ ।  କଣ ପାଇଁ ନିଷ୍ପତି ନିଆଯାଇ ପାରିଲା ନାହିଁ ବୋଲି ପଚାରିବାରୁ ସେ କହିଛନ୍ତି, ଆମର ଜଣେ ଡେପୁଟି କୋଅଡିନେଟର ଭଲ ନୁହନ୍ତି ଏବଂ ସେ ଅଲଗା ଅଛନ୍ତି । ତେଣୁ କୌଣସି ନିସ୍ପତି ନିଆଯାଇ ପାରି ନାହିଁ ।

Related Posts