
(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟରେ ନିର୍ବାଚନ ପରବର୍ତ୍ତୀ ହିଂସାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି। ମମତା କହିଛନ୍ତି, “ଏହି ହିଂସା ଭାରତୀୟ ଜନତା ପାର୍ଟି ଦ୍ବାରା ପ୍ରାୟୋଜିତ। ବିଜେପି ଜନମତକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହେଁ। ” ସେ ଆହୁରି ମଧ୍ୟ କହିଛନ୍ତି ଯେ,” ମୁଁ କଦାପି ହିଂସାକୁ ସମର୍ଥନ କରେ ନାହିଁ। ସେମାନେ ମିଥ୍ୟା ଖବର ଏବଂ ଫେକ୍ ଭିଡିଓ ଭାଇରାଲ୍ କରୁଛନ୍ତି । ” ସେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ବଙ୍ଗାଳ ବିରୋଧରେ ଏତେ ଭେଦଭାବ କାହିଁକି? ଶପଥ ଗ୍ରହଣ କରିବାର 24 ଘଣ୍ଟା ମଧ୍ୟରେ ସେମାନେ କେନ୍ଦ୍ରୀୟ ଟିମ୍ ପଠାଇଛନ୍ତି।” ସେ ବିଧାନସଭାକୁ ସମ୍ବୋଧିତ କରି କହିଛନ୍ତି, “ପଶ୍ଚିମବଙ୍ଗର କେବେ ବି ନଇଁବ ନାହିଁ। ସମସ୍ତ କେନ୍ଦ୍ରୀୟ ମନ୍ତ୍ରୀଙ୍କୁ ଏଠାକୁ ଆଣି ଏକ ଷଡଯନ୍ତ୍ର କରାଯାଇଥିଲା। ମୁଁ ଜାଣେ ନାହିଁ ଯେ ସେମାନେ ବିମାନ ଏବଂ ହୋଟେଲରେ କେତେ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଟଙ୍କା ଏଠାରେ ପାଣି ଭଳି ଖର୍ଚ୍ଚ ହେଉଥିଲା।” ସମଗ୍ର ଦେଶବାସୀଙ୍କୁ ମାଗଣା ଟିକା ଦାବି କରି ସେ କହିଛନ୍ତି “30,000 କୋଟି ଟଙ୍କା କେନ୍ଦ୍ର ସରକାରଙ୍କ ପାଇଁ କିଛି ନୁହେଁ। ସମଗ୍ର ଦେଶରେ ଏକ ସର୍ବଭାରତୀୟ ଟିକା କାର୍ଯ୍ୟକ୍ରମ ହେବା ଉଚିତ ।”