
(ସତ୍ଯପାଠ ବ୍ୟୁରୋ) : ଯେତେବେଳେ ମଣିଷଙ୍କ ଭିତରେ ମାନବିକତା ମରିଯାଉଥିବା ଏବଂ ପାଶବିକତାର ଛାତିଥରା ଘଟଣା ପ୍ରତ୍ୟେକ ମୁହୂର୍ତ୍ତରେ ସାମ୍ନା କୁ ଆସୁଛି ସେତିକିବେଳେ ପଶୁଙ୍କ ଭିତରେ ଅନ୍ୟ ପ୍ରାଣୀଙ୍କ ପ୍ରତି ଦୟା ଓ ଭଲପାଇବା ର ଏକ ଦୃଶ୍ୟ ସୋସିଆଲ ମିଡ଼ିଆ ରେ ଭାଈରାଲ ହେବାରେ ଲାଗିଛି। ହାତୀ ପରି ଏକ ବିଶାଳ ପ୍ରାଣୀ ହୃଦୟ ରେ ଯେ ଉଡ଼ା ଶିଖି ନଥିବା ଛୋଟ ଛୋଟ ଚଢ଼େଇ ଛୁଆଙ୍କ ପାଇଁ ଏତେ ଦୟା ଓ ଭଲ ପାଇବା ଅଛି ତାହା ସମସ୍ତଙ୍କୁ ଚକିତ କରିଛି। ଆମେ ଅତ୍ୟଧିକ ଗର୍ବିତ ଅନୁଭବ କରିବା ପରି ଏପରି ଏକ ଘଟଣା ଘଟିଛି | ତାମିଲନାଡୁର ଏକ ଗାଁର ଚାଷ ଜମିରେ ଅନେକ ବିଶାଳ ହାତୀ ପ୍ରବେଶ କରିଥିଲେ। ଚାଷ ଜମିଟି କଦଳୀ ଗଛରେ ପରିପୂର୍ଣ୍ଣ ଥିଲା ଏବଂ ସମସ୍ତ ହାତୀ କଦଳୀ ଖାଇବାକୁ ପ୍ରବେଶ କରିଥିଲେ, କିନ୍ତୁ ଏହି ସମୟ ମଧ୍ୟରେ ଏପରି କିଛି ଘଟଣା ଘଟିଥିଲା, ଯାହା ସ୍ଥାନୀୟ ଲୋକମାନେ ଦେଖିଥିଲେ ସେତେବେଳେ ସେମାନେ ଅତ୍ୟନ୍ତ ଭାବପ୍ରବଣ ହୋଇଯାଇଥିଲେ | ଏକ ଭିଡିଓରେ ଏହା ଦେଖିବାକୁ ମିଳେ ଯେ କିପରି ହାତୀ କଦଳୀ କ୍ଷେତରେ ପ୍ରବେଶ କରି ପୁରା କଦଳୀ କ୍ଷେତକୁ ନଷ୍ଟ କରିଦେଇଥିଲେ | ତେବେ ଏହି ସମୟ ମଧ୍ୟରେ ହାତୀମାନେ ଗୋଟିଏ ଗଛ ନଷ୍ଟ କରିନଥିବାବେଳେ ସେଠାରେ ଥିବା ବାକି କଦଳୀ ଗଛରେ ଫଳ ଖାଇଥିଲେ। କାରଣ ସେହି ବୃକ୍ଷରେ ପକ୍ଷୀମାନଙ୍କର ବସା ସହ ଚଢେଇ ଛୁଆ ଜନ୍ମ ହୋଇଥିଲେ | ସେହି ଗଛର ବସା ଭିତରେ ଅନେକ ଚଡେଇ ଛୁଆ ଥିଲେ |
ଏ ସମ୍ପର୍କରେ ବରିଷ୍ଠ ଆଇଏଫଏସ ଅଧିକାରୀ ସୁଶାନ୍ତ ନନ୍ଦା ତାଙ୍କ ଅଫିସିଆଲ ଟ୍ୱିଟର ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ସେ ନିଜ ଟ୍ୱିଟରେ ଲେଖିଛନ୍ତି, ‘ଏଥିପାଇଁ ହାତୀମାନଙ୍କୁ କୋମଳ ହୃଦୟର ବିଶାଳ ପ୍ରାଣୀ ବୋଲି କୁହାଯାଏ। ଗୋଟିଏ କଦଳୀ ଗଛ ବ୍ୟତୀତ ସମସ୍ତ ଗଛ ନଷ୍ଟ ହୋଇଗଲା | ଆଉ ସେହି ଗଛାରେହିଁ ଚଢ଼େଇ ର ବସା। ଆଉ ସେହି ବସା ଭିତରେ ଅଛନ୍ତି ଊଡା ଶିଖି ନଥିବା ବହୁ ଚଢ଼େଇ ଛୁଆ। ଏ ଦୃଶ୍ୟ ଦେଖିଲେ ଖୁସିରେ ଆଖିରେ ଲୁହ ଆସିଯିବ।