ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଜୁନ ୨୩ ତାରିଖରୁ ଆରମ୍ଭ ହେବ ଅମରନାଥ ଯାତ୍ରା । ଦୀର୍ଘ ୨ ବର୍ଷ ପରେ ଅମରନାଥ ଯାତ୍ରାରେ ଯିବା ପାଇଁ ଚଳିତ ବର୍ଷ ଲୋକଙ୍କୁ ସୁଯୋଗ ମିଳିବ। ମହାମାରୀ କରୋନାର ପ୍ରକୋପ କମିଥିବାରୁ ଜମ୍ମୁ-କଶ୍ମୀର ଉପ ରାଜ୍ୟପାଳ ମନୋଜ ସିହ୍ନା ଏପରି ନିଷ୍ପତ୍ତି ନେଇଛନ୍ତି। ଚଳିତ ବର୍ଷ ଜୁନ୍ ୩୦ରୁ ଅମରନାଥ ଯାତ୍ରା ଆରମ୍ଭ ହେବ। ଅମରନାଥ ଯାତ୍ରା ସମ୍ପର୍କିତ ବୈଠକରେ ଅଧ୍ୟକ୍ଷତା କରି ଉପ ରାଜ୍ୟପାଳ ମନୋଜ ସିହ୍ନା ରବିବାର ଦିନ ଶ୍ରୀ ଅମରନାଥଜୀ ଧର୍ମପୀଠ ବୋର୍ଡର ସଦସ୍ୟମାନଙ୍କ ସହ ଆଲୋଚନା କରିଥିଲେ।
ବୈଠକରେ ୪୩ ଦିନ ଚାଲିବାକୁ ଥିବା ଅମରନାଥ ଯାତ୍ରା ଜୁନ ୩୦ରୁ ଆରମ୍ଭ ହେବ ବୋଲି ନିଷ୍ପତ୍ତି ହୋଇଛି। ଯାତ୍ରା ସମୟରେ ସମସ୍ତ କୋଭିଡ ପ୍ରୋଟୋକଲକୁ କଡ଼ାକଡ଼ି ଭାବେ ପାଳନ କରାଯିବ। ପାରମ୍ପାରିକ ଭାବରେ ଏହି ଯାତ୍ରା ରାକ୍ଷୀ ପୂର୍ଣ୍ଣିମା ଦିନ ଶେଷ ହେବ। ବୈଠକରେ ଶ୍ରଦ୍ଧାଳୁଙ୍କ ସୁରକ୍ଷା ଓ କରୋନା କଟକଣା ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା ମଧ୍ୟ ହୋଇଛି। ବୈଠକ ପରେ ଅମନାଥ ଯାତ୍ରା ଜୁନ ୩୦ରୁ ଆରମ୍ଭ ହେବ ବୋଲି ଉପ ରାଜ୍ୟପାଳଙ୍କ ଅଫିସ ପକ୍ଷରୁ ସୂଚନା ଦିଆଯାଇଛି। ଏ ଖବର ସାମ୍ନାକୁ ଆସିବା ପରେ ଚର୍ଚ୍ଚାର ବିଷୟ ପାଲଟିଛି ।