ଅହମ୍ମଦାବାଦରେ ଆଇପିଏଲ୍ ଟିମ୍ ବସ୍ ଯିବା ପାଇଁ ଅଟକିଲା ଆମ୍ବୁଲାନ୍ସ ଭିଡିଓ ଭାଇରାଲ୍, ପୁଲିସ କହିଲା ‘ନକଲି, ବଦନାମ୍ କରିବକୁ ଚେଷ୍ଟା

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କରୋନା ସଂକ୍ରମଣ ପାଇଁ ଇଣ୍ଡିଆନ୍ ପ୍ରିମିୟର ଲିଗର ୧୪ ତମ ସଂସ୍କରଣ ବାୟୋ-ବବୁଲ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । କିନ୍ତୁ ଖେଳାଳି ମାନେ COVID-19 ରେ ସଂକ୍ରମିତ ହେବାପରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି । ଏହା ମଧ୍ୟରେ ଏକ ଭିଡିଓ ସୋସିଆଲ ମିଡ଼ିଆ ରେ ଭାଇରଲ ହେବାରେ ଲାଗିଛି । ଯେଉଁଥିରେ କୋଲକାତା ନାଇଟ୍ ରାଇଡର୍ସ କନଭୋକୁ ସୁରୁଖୁରୁରେ ଯିବାକୁ ଅନୁମତି ଦେବା ପାଇଁ ଅହମ୍ମଦାବାଦରେ ଏକ ଆମ୍ବୁଲାନ୍ସକୁ ଅଟକାଇଥିବାର ଦେଖାଯାଇଛି । ୧୫ ସେକେଣ୍ଡରୁ ଅଧିକ ହୋଇଥିବା ଏହି କ୍ଲିପ୍‌ରେ ତିନୋଟି କେକେଆର ବସ୍‌ ଓ ପୋଲିସ ଗାଡି ପାସ କରୁଥିବା ବେଳେ ଆମ୍ବୁଲାନ୍ସ ଟ୍ରାଫିକ ପଏଣ୍ଟରେ ଅଟକି ରହିଥିଲା। ଇଣ୍ଡିଆନ୍ ଏକ୍ସପ୍ରେସରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଅହମ୍ମଦାବାଦର ପଞ୍ଜ୍ରାପୋଲ କ୍ରସର ଛକ ଟ୍ରାଫିକ ଜଙ୍କସନରେ ଏହି ଭିଡିଓ ସୁଟିଂ କରାଯାଇଛି। ମେ ୩ ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ବିପକ୍ଷରେ କେକେଆର ଖେଳିବାର କାର୍ଯ୍ୟକ୍ରମ ଥିଲା, କିନ୍ତୁ ନାଇଟ୍ ରାଇଡର୍ସ ଖେଳାଳି ବରୁଣ ଚକ୍ରବର୍ତ୍ତୀ ଏବଂ ସନ୍ଦୀପ ୱାରିଅର୍ କରୋନା ରିପୋର୍ଟ ପଜିଟିଭ୍ ଆସିବା ପରେ ମ୍ୟାଚ୍ କୁ ବାତିଲ କରାଯାଇ ଥିଲା । ଏହି ସମୟରେ ଭିଡିଓ ଉପରେ ପ୍ରତିକ୍ରିୟା ପ୍ରକାଶ କରି ମିଳିତ ପୋଲିସ କମିଶନ (ଟ୍ରାଫିକ) ଅହମ୍ମଦାବାଦ, ମାୟାନକସିନ ଇଣ୍ଡିଆନ ଏକ୍ସପ୍ରେସ ରିପୋର୍ଟରେ କହିଛନ୍ତି ଯେ “ଆମେ ଭିଡିଓ ଦେଖିଛୁ ଏବଂ ଉକ୍ତ ଜଙ୍କସନରେ ଟ୍ରାଫିକ ବନ୍ଦ ହୋଇଛି କି ନାହିଁ ତାହା ଏପର୍ଯ୍ୟନ୍ତ ଯାଞ୍ଚ କରାଯାଇ ନାହିଁ। ଆଇପିଏଲ୍ ଖେଳାଳି ହେଉ କିମ୍ବା କୌଣସି ମନ୍ତ୍ରୀ ହେଉ କୌଣସି ଭିଭିଆଇପି କନଭେନ ପାଇଁ ପୋଲିସ କେବେବି ଆମ୍ବୁଲାନ୍ସକୁ ଅଟକାଇବ ନାହିଁ । ନକଲି ତଥା ବଦନାମ ଭିଡିଓ ସହ ପୋଲିସର ଭାବମୂର୍ତ୍ତିକୁ ଅପବିତ୍ର କରିବାକୁ ଏହା ଏକ ମନ୍ଦ ଉଦ୍ୟମ।

Related Posts