ବନ୍ୟାଞ୍ଚଳ ବୁଲିବା ସହ ଦୁର୍ଦ୍ଦିନରେ ବାସ କରୁଥିବା ଲୋକଙ୍କ ସୁବିଧା ପଚାରି ବୁଝିଲେ ବାଲିଗୁଡ଼ା ବିଧାୟକ

ଫୁଲବାଣୀ : ରାଜ୍ୟରେ ସୃଷ୍ଟି ହୋଇଛି ବନ୍ୟା । ଅନେକ ନଦୀର ଜଳସ୍ତର ବୃଦ୍ଧି ପାଇବା ସହ ବନ୍ୟା ଦେଖା ଦେଇଛି । ତେବେ ଏହାରି ମଧ୍ୟରେ ବନ୍ୟାଞ୍ଚଳ ବୁଲି ଦେଖିଛନ୍ତି ବାଲିଗୁଡ଼ା ବିଧାୟକ ଚକ୍ରମଣି କଁହର । ଦୁର୍ଦ୍ଦିନରେ ବାସ କରୁଥିବା ଲୋକଙ୍କୁ ସୁବିଧା ପଚାରି ବୁଝିଛନ୍ତି ବାଲିଗୁଡ଼ା ବିଧାୟକ ।

ଖବର ଅନୁଯାୟୀ, ଚାରି ଦିନ ଧରି ଲଗାଣ ବର୍ଷା ଲାଗି ଜିଲ୍ଲାରୁ ୩ ଶହରୁ ଅଧିକ ଗାଁକୁ ଏବେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । କନ୍ଧମାଳ ଜିଲ୍ଲାର ତୁମୁଡିବନ୍ଧ ବ୍ଲକର ପ୍ରାୟ ୭ଟି ପଞ୍ଚାୟତରେ ରାସ୍ତା କଟିଯିବାରୁ ଯିବା ଆସିବାରେ ନାନା ଅସୁବିଧା ହେଉଛି । କୁର୍ତ୍ତମଗଡ଼ ଠାରୁ ସିର୍ଲା ରୋଡ଼, ସରଧାପୁର ବ୍ରିଜ୍‌, ପାଡାମାହା ରାସ୍ତା, ଲଦରଗାଁ ଠାରୁ ଲଂକାଗଡ଼ ରାସ୍ତା, ବେଲଘର ଠାରୁ ଗୁର୍ଲିମାସ୍କା ରାସ୍ତା ସଂପୂର୍ଣ୍ଣ ରୂପେ ବର୍ଷାପାଣିରେ ଧୋଇଯାଇଛି । ଯାହାଫଳରେ ଅନେକ ଗ୍ରାମକୁ ଏବେ ଯୋଗାଯୋଗ ବିଛିନ୍ନ ହୋଇଛି । ତେବେ ଏଭଳି ସମୟରେ ବାଲିଗୁଡ଼ା ବିଧାୟକ ଚକ୍ରମଣି କଂହର ଏବଂ ସାଂସଦଙ୍କ ପ୍ରତିନିଧି ମାନେ ବନ୍ୟା ପ୍ରଭାବିତ ଲୋକଙ୍କ ପାଖରେ ପହଞ୍ଚିଛନ୍ତି । ଏପିରିକି ଘାଟିରେ ପାହାଡିଆ ରାସ୍ତାରେ ଯାଇ ଲୋକଙ୍କ ସମସ୍ୟା ବୁଝିଛନ୍ତି ।

Related Posts