ଭାରତୀୟ ଜନତା ପାର୍ଟି ଏବେ ଭାରତୀୟ ଝଗଡା ପାର୍ଟି ହୋଇଯାଇଛି : ମନୀଷ ଶିଶୋଦିଆ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଅରବିନ୍ଦ କେଜ୍ରିୱାଲ ସରକାର ଏବଂ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ମଧ୍ୟରେ ରାସନର ହୋମ ଡେ଼ଲିଭରୀକୁ ନେଇ ଟଣାଓଟରା ଜାରି ରହିଛି । ଆଜି କେନ୍ଦ୍ର ମନ୍ତ୍ରୀ ରବିଶଙ୍କର ପ୍ରସାଦ ଏ ସମ୍ପର୍କରେ କେଜ୍ରିୱାଲ ସରକାରଙ୍କୁ ଟାର୍ଗେଟ କରିଥିବା ବେଳେ ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏହାର କଡା ଜବାବ ଦେଇଛନ୍ତି। ସେ କହିଛନ୍ତି ଯେ, ଭାରତୀୟ ଜନତା ପାର୍ଟି ଏବେ ଭାରତୀୟ ଝଗଡା ପାର୍ଟି ହୋଇଯାଇଛି ଏବଂ ବିଭିନ୍ନ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ କ୍ରମାଗତ ଅପଶବ୍ଦର ବ୍ୟବହାର କରୁଛି । ଶୁକ୍ରବାର ଦିନ କେନ୍ଦ୍ର ମନ୍ତ୍ରୀ ରବିଶଙ୍କର ପ୍ରସାଦ ଦିଲ୍ଲୀ ସରକାରଙ୍କ ରାସନର ହୋମ ଡେ଼ଲିଭରୀ ଯୋଜନାକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏହାର କାଉଣ୍ଟରରେ ମନୀଷ ଶିଶୋଦିଆ ଏକ ପ୍ରସକନଫେରନସ୍ କରି ଏହାର କଡା ଜବାବ ଦେଇଛନ୍ତି। ସେ କହିଛନ୍ତି, “କେନ୍ଦ୍ର ସରକାରଙ୍କ ଜଣେ ବରିଷ୍ଠ ମନ୍ତ୍ରୀ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ମୁଁ ମଧ୍ୟ ଏହା ଦେଖିଲି , ଏଥିରେ ସେ ରାସନ, ଟିକା ଏବଂ ଅନ୍ୟାନ୍ୟ ବିଷୟକୁ ନେଇ ଅରବିନ୍ଦ କେଜ୍ରିୱାଲଙ୍କ ପ୍ରତି ଅପଶବ୍ଦ ପ୍ରୟୋଗ କରିଛନ୍ତି । ଶିଶୋଦିଆ କହିଛନ୍ତି , “ଆଜିକାଲି କେନ୍ଦ୍ର ସରକାରଙ୍କ ମନ୍ତ୍ରୀମାନ ମାନେ ରାଷ୍ଟ୍ର ନିର୍ମାଣ କିମ୍ବା ଅନ୍ୟ କୌଣସି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ କହିବା ପରିବର୍ତ୍ତେ ତାଙ୍କର କେବଳ ଗୋଟିଏ କାମ ହେଉଛି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଅପଶବ୍ଦରେ ଟାର୍ଗେଟ କରିବା। ” ସେ ଆହୁରି ମଧ୍ୟ କହିଛନ୍ତି ଯେ, “ ଦେଶର ଲୋକମାନେ ଭାରତୀୟ ଜନତା ପାର୍ଟିକୁ ଭୋଟ୍ ଦେଇ ନିର୍ବାଚିତ କରିଥିଲେ। କିନ୍ତୁ ବର୍ତ୍ତମାନ ଏହା ପ୍ରମାଣିତ ହୋଇଯାଇଛି ଯେ ବିଜେପି ଏବେ ଭାରତୀୟ ଝଗଡା ପାର୍ଟି ହୋଇଯାଇଛି। ସେମାନେ କେବଳ ରାଜ୍ୟ ସରକାରଙ୍କ ସହ ଝଗଡା କରନ୍ତି ଏବଂ ରାଜ୍ୟ ସରକାରଙ୍କ କାମରେ ନାକ ପୁରାନ୍ତି। ତେଣୁ ଭାରତୀୟ ଜନତା ପାର୍ଟି ଏବେ ଭାରତୀୟ ଝଗଡ ପାର୍ଟିରେ ପରିଣତ ହୋଇଯାଇଛି। ରାଜ୍ୟ ସରକାରଙ୍କ ସହ ଝଗଡା କରିବା ପରିବର୍ତ୍ତେ ରାଜ୍ୟ ସହ କେନ୍ଦ୍ରର ସହଯୋଗ ରହିଲେ ରାଷ୍ଟ୍ର ନିର୍ମାଣ ହୋଇପାରିବ ବୋଲି ସେସୋଦିଆ କହିଛନ୍ତି। ଏହା ପୂର୍ବରୁ କେନ୍ଦ୍ର ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଦିଲ୍ଲୀ ସରକାରଙ୍କ ରାସନ ହୋମ୍ ଡେଲିଭରୀ ଯୋଜନାକୁ “ଜୁମ୍ଲା” ବୋଲି କହିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ଅରବିନ୍ଦ କେଜ୍ରିୱାଲ ପ୍ରତ୍ୟେକ ଘରେ ରାସନ ପହଞ୍ଚାଇବାକୁ କହୁଛନ୍ତି। ସେ ଅମ୍ଳଜାନ ବିତରଣ କରିପାରିନଥିଲେ, ସେ ଔଷଧ ବିତରଣ କରିପାରିନଥିଲେ। ତେଣୁ ପ୍ରତ୍ୟେକ ଘରେ ରାସନ ପହଞ୍ଚାଇବା ଏକ ମିଛ ପ୍ରତିଶୃତି । ଦିଲ୍ଲୀ ସରକାର ରାସନ ମାଫିଆଙ୍କ ଅଧୀନରେ ଅଛନ୍ତି। ଏହାର ଜବାବରେ କେଜ୍ରିୱାଲ ଟୁଇଟ୍ କରି କହିଛନ୍ତି, “ଆଜି ଦେଶବାସୀ କେନ୍ଦ୍ରରେ ଏପରି ନେତୃତ୍ୱ ଦେଖିବାକୁ ଚାହାଁନ୍ତି, ଯିଏ ଦିନସାରା ରାଜ୍ୟ ସରକାରଙ୍କୁ ଗାଳି ଦେବା ପରିବର୍ତ୍ତେ ତାଙ୍କୁ ସାଥିରେ ନେଇ କାମ କରିବ। ଯେତେବେଳେ ୧୩୦ କୋଟି ଲୋକ, ସମସ୍ତ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ମିଳିତ ଭାବେ ଟିମ୍ ଇଣ୍ଡିଆ ଭାବେ କାର୍ଯ୍ୟ କରିବେ ସେତେବେଳେ ଦେଶ ଅଗ୍ରଗତି କରିବ। ଏତେ ଗାଳି କରିବା ଭଲ ନୁହେଁ। ” ମନୀଷ ଶିଶୋଦିଆ କହିଛନ୍ତି ଯେ କେନ୍ଦ୍ର ସରକାର କେବଳ କେଜରିୱାଲଙ୍କ ସହିତ ନୁହେଁ ଅନ୍ୟ ରାଜ୍ୟ ସରକାରଙ୍କ ସହ ମଧ୍ୟ ଝଗଡା କରୁଛନ୍ତି। ସକାଳୁ ରାତି ପର୍ଯ୍ୟନ୍ତ ସେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରୁଛନ୍ତି। କେତେବେଳେ ବଙ୍ଗଳା, ତ ପୁଣି କେତେବେଳେ ଝାଡଖଣ୍ଡ ଏବଂ ଆଉ କେତେବେଳେ ମହାରାଷ୍ଟ୍ର ସହ। ତେବେ ସେମାନଙ୍କର ଅନ୍ୟ କୌଣସି କାମ ଅଛି କି ନାହିଁ କି ବୋଲି ଶିଶୋଦିଆ ପ୍ରଶ୍ନ କରିଛନ୍ତି ? କେନ୍ଦ୍ର ମନ୍ତ୍ରୀ ଏବଂ ବିଜେପି ନେତାଙ୍କ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ। ସମସ୍ତେ ସମାନ କାର୍ଯ୍ୟ କରୁଛନ୍ତି । ଅମ୍ଳଜାନ ଯୋଗାଣ ପାଇଁ ସେମାନେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । କିନ୍ତୁ ଏହାର ଦାୟିତ୍ବ କେନ୍ଦ୍ର ସରକାରଙ୍କ ଥିଲା। ଏଥିପାଇଁ କେନ୍ଦ୍ର ସରକାର ପୂର୍ବରୁ ପ୍ରସ୍ତୁତି କରିବା ଆବଶ୍ୟକ ଥିଲା। କିନ୍ତୁ ସୁପ୍ରିମକୋର୍ଟ ଭର୍ତ୍ସନା କରିବା ପରେ ସେମାନେ ସ୍ଥିତି ସୁଧାରିଥିଲେ ବୋଲି ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି। ଶିଶୋଦିଆ କହିଛନ୍ତି ଯେ ଅମ୍ଳଜାନ ଠାରୁ ଆରମ୍ଭ କରି ରାସନ, ବୋର୍ଡ ପରୀକ୍ଷା କିମ୍ବା ଟିକା ସବୁ ପ୍ରସଙ୍ଗରେ କେନ୍ଦ୍ର ସରକାର ବିଫଳ ହୋଇଛନ୍ତି। “କେଜ୍ରିୱାଲ କେବଳ କହିଛନ୍ତି ଯେ ଯଦି ଏକବିଂଶ ଶତାବ୍ଦୀରେ ପିଜା, ଫ୍ରିଜ, ଡ୍ରେସ୍ ଏବଂ ଖାଇବା ଘରେ ପହଂଚାଯାଇପାରିବ, ତେବେ ଗରୀବଙ୍କ ଦୁଆରେ କାହିଁକି ରାସନ ପହଞ୍ଚା ନଯିବ। ଏଥିରେ କ’ଣ ଭୁଲ ଅଛି? କେନ୍ଦ୍ର ସରକାର ଏଥିରେ କାହିଁକି ହସ୍ତକ୍ଷେପ କରୁଛନ୍ତି? ଏଥିରେ ସେମାନଙ୍କର ଅସୁବିଧା କ’ଣ ବୋଲି ସେ ପ୍ରଶ୍ନ କରିଛନ୍ତି ? ”

Related Posts