ବେଙ୍ଗଲ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ: ” ବାହାନା ନ କରି ୱାନ ନେଶନ ୱାନ ରାଶନ କାର୍ଡ ନିୟମ ଲାଗୁ କର “

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ୱାନ ନେଶନ ୱାନ ରାଶନ କାର୍ଡ ନିୟମ ଲାଗୁ କରିବା ପାଇଁ ଶୁକ୍ରବାର ଦିନ ସୁପ୍ରିମକୋର୍ଟ ପଶ୍ଚିମବଙ୍ଗ ସରକାରଙ୍କୁ କଡା ନିର୍ଦ୍ଦେଶ ଦେଇଛନ୍ତି । ଶୁଣାଣି ସମୟରେ ସର୍ବୋଚ୍ଚ ନ୍ୟାୟାଳୟ ବେଙ୍ଗଲ ସରକାରଙ୍କୁ ସଫା ସଫା ଶୁଣେଇ ଦେଇଛନ୍ତି ଯେ କୌଣସି ବାହାନ ନ କରି ୱାନ ନେଶନ ୱାନ ରାଶନ କାର୍ଡ ନିୟମ ଲାଗୁ କର । ଗୋଟିଏ ସମସ୍ୟା ସମାଧାନ ବେଳେ ଆମେ ଆଉ ଏକ ସମସ୍ୟାକୁ ସମ୍ମୁଖକୁ ଆଣିବା ଠିକ୍ ନୁହେଁ । ଏହା ନିୟମ ପ୍ରବାସୀ ଶ୍ରମିକଙ୍କ ପାଇଁ ବୋଲି କୋର୍ଟ କହିଛନ୍ତି । ଲକଡାଉନ୍ ସମୟରେ ପ୍ରବାସୀ ଶ୍ରମିକ ମାନେ ସମ୍ମୁଖୀନ ହେଉଥିବା ସମସ୍ୟା ତଥା ଅସଂଗଠିତ କ୍ଷେତ୍ରରେ କାମ କରୁଥିବା ଶ୍ରମିକଙ୍କ ପଞ୍ଜୀକରଣ ପ୍ରକ୍ରିୟା ସମ୍ପର୍କିତ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି। ସୁପ୍ରିମକୋର୍ଟଙ୍କ ରାୟ ପ୍ରକାଶ ପାଇବା ପୂର୍ବରୁ କେନ୍ଦ୍ର ମନ୍ତ୍ରୀ ରବିଶଙ୍କର ପ୍ରସାଦ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ” ୩୪ ଟି ରାଜ୍ୟ / କେନ୍ଦ୍ର ଶାସିତ ପ୍ରଦେଶ ୱାନ ନେଶନ ୱାନ ରାଶନ କାର୍ଡ ନିୟମ ଲାଗୁ ଗ୍ରହଣ କରିଛନ୍ତି। କେବଳ ୩ ଟି ରାଜ୍ୟ- ଦିଲ୍ଲୀ , ପଶ୍ଚିମବଙ୍ଗ ଏବଂ ଆସାମ ଏହି ନିୟମ ଲାଗୁ କରି ନାହାନ୍ତି ।” 

Related Posts