ଆସନ୍ତାକାଲିଠୁ ବନ୍ଦ ଭିତରକନିକା ଅଭୟାରଣ୍ୟ

ପଟ୍ଟାମୁଣ୍ଡାଇ: ଆସନ୍ତାକାଲି ଅର୍ଥାତ୍ ମେ’ ୧ ତାରିଖ ଠାରୁ ବନ୍ଦ ରହିବ ଭିତରକନିକା ଅଭୟାରଣ୍ୟ। ଏହା ଜୁଲାଇ ୩୧ ତାରିଖ ଯାଏଁ ବନ୍ଦ ରହିବ। ଏନେଇ ସୂଚନା ଦେଇଛନ୍ତି ଭିତରକନିକା ଅଭୟାରଣ୍ୟ ଡିଏଫ୍‌ଓ ଯଜ୍ଞଦତ୍ତ ପତି ।

ସେ କହିଛନ୍ତି, କୁମ୍ଭୀର ପ୍ରଜନନ ପାଇଁ ଭିତରକନିକା ଅଭୟାରଣ୍ୟ ୩ ମାସ ବନ୍ଦ ରହିବ। ଏହି ସମୟ ମଧ୍ୟରେ ଅଭୟାରଣ୍ୟକୁ କୌଣସି ପର୍ଯ୍ୟଟକଙ୍କୁ ଛଡ଼ା ଯିବନାହିଁ । ଏହି ସମୟରେ କୁମ୍ଭୀର ମାନେ ହିଂସ୍ର ହୋଇ ପଡ଼ିଥିବା ବେଳେ, ପ୍ରଜ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଅଭୟାରଣ୍ୟ ପକ୍ଷରୁ ନିଷ୍ପତି ନିଆଯାଇଛି ।

Related Posts