ବିହାର ପାଇଁ ସ୍ଵତନ୍ତ୍ର ମାନ୍ୟତା ଦାବି କଲା ଆରଜେଡି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ) : ବିହାର ବିଧାନସଭା ର ଶତବାର୍ଷିକୀ ଉତ୍ସବ ରେ ଯୋଗଦେବାକୁ ପ୍ରଧାନମନ୍ତ୍ରୀ ବିହାର ଗସ୍ତ ରେ ଆସୁଛନ୍ତି। ଏହା ପୂର୍ବରୁ ଅରଜେଡି ନେତା ଶକ୍ତି ଯାଦବ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଙ୍କର ଏହି ଗସ୍ତ ହିଁ ବିହାର କୁ ସ୍ବତନ୍ତ୍ର ମାନ୍ୟତା ଦେବା ପାଇଁ ଉପଯୁକ୍ତ ସମୟ। ରାଜ୍ୟ କୁ ସ୍ଵତନ୍ତ୍ର ମାନ୍ୟତା ପ୍ରଦାନ କରିବା ଆମର ପୁରୁଣା ଦାବି। ବିହାର ବିଧାନସଭା ର ଶତବାର୍ଷିକ ଉତ୍ସବରେ ପ୍ରଧାନମନ୍ତ୍ରୀ ରାଜ୍ୟ କୁ ସ୍ଵତନ୍ତ୍ର ମାନ୍ୟତା ଦିଅନ୍ତୁ । ତେବେ ବିହାର ବିଧାନ ମଣ୍ଡଳ ର ଉଭୟ ଗୃହ ରାଜ୍ୟ କୁ ସ୍ଵତନ୍ତ୍ର ମାନ୍ୟତା ପାଇଁ ଅନୁମୋଦନ ଦେଇ ସାରିଛି ଏହା ପ୍ରଧାନମନ୍ତ୍ରୀ ଙ୍କ ପାଇଁ ମାନ୍ୟତା ଦେବାକୁ ଉଚିତ୍ ସମୟ ବୋଲି ଶ୍ରୀ ଯାଦବ କହିଛନ୍ତି।

ସେପଟେ ବିହାର ବିଜେପି ମୁଖପାତ୍ର ଅରବିନ୍ଦ କୁମାର ସିଂହ ଓଲଟା ଆରଜେଡି ପ୍ରଶ୍ନ କରିଛନ୍ତି ଯେ ଲାଲୁ ଯାଦବ କଂଗ୍ରେସ ସରକାର ରେ କେନ୍ଦ୍ର ରେ ମନ୍ତ୍ରୀ ଥିଲେ ସେତେବେଳେ ରାଜ୍ୟ କୁ କାହିଁକି ସ୍ଵତନ୍ତ୍ର ମାନ୍ୟତା ଦେଲେନାହିଁ ?

Related Posts