ବାଲେଶ୍ୱର ଜିଲ୍ଲାର ୧୧ଟି ଜୋନରେ ବିଜେଡି ବାଜି ମାରିଥିବାବେଳେ ୨ ଟି ଜୋନରେ ଜିତିଛି ବିଜେପି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପଞ୍ଚାୟତ ନିର୍ବାଚନର ଭୋଟ ଗଣତି ପ୍ରକ୍ରିୟା ଆରମ୍ଭ ହୋଇଛି । ଏହା ମଧ୍ୟରେ ପ୍ରଥମ ଦିନରେ ବାଲେଶ୍ୱର ଜିଲ୍ଲାର ୧୩ଟି ଜୋନର ଫଳାଫଳା ସାମ୍ନାକୁ ଆସିଛି । ତେବେ ୧୧ଟି ଜୋନରେ ବିଜେଡି ବାଜି ମାରିଥିବାବେଳେ ୨ ଟି ଜୋନରେ ଜିତିଛି ବିଜେପି । ସେପଟେ କଂଗ୍ରେସର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି। ପ୍ରଥମ ପର‌୍ୟ୍ୟାୟ ଗଣତି ବାଲେଶ୍ୱର ଜିଲ୍ଲାର ୧୩ ଜୋନକୁ ନେଇ ହୋଇଥିଲା। ଏଥିରେ ବିଜେଡି ୧୧ଟି ଜୋନରେ ଜିତିଥିବା ବେଳେ ବିଜେପି ୨ଟି ଜୋନରେ ଜିତିଥିବାର ସୂଚନା ମିଳିଛି।

ତେବେ ବିଜେଡିରୁ ଔପଦାରୁ ମୁନି ସିଂ, ଜଳେଶ୍ୱରରୁ ତୁଳସୀ କିସ୍କୁ, ବସ୍ତାରୁ ବିଷ୍ଣୁପ୍ରିୟା ବୁଗୁଡ଼ି, ବାହାନଗାରୁ ନୀଳାମ୍ବର ମହାଳିକ, ବାଲିଆପାଳରୁ କାଞ୍ଚନ ଜେନା, ଭୋଗରାଇରୁ ଗିରୀଶ କୁମାର ଦତ୍ତ, ଭୋଗରାଇ ୩୧ରୁ ଦମୟନ୍ତୀ ସାହୁ, ରେମୁଣାରୁ ଅଭିମନ୍ୟୁ ଧିନ୍ଦା, ସିମୁଳିଆରୁ କ୍ଷିତିଶ କୁମାର ମହାନ୍ତି ଓ ସୋରରୁ ରେବତୀ ନାୟକ ଜିତିଛନ୍ତି । ସେହିପରି ବିଜେପିରୁ ଖଇରା ବ୍ଲକରୁ ଗଜେନ୍ଦ୍ର ପ୍ରସାଦ ଦାସ, ବାଲେଶ୍ୱରରୁ ଗୟାଧର ବେହେରା ଜିତିଛନ୍ତି ।

Related Posts