ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ଆଜି ପଞ୍ଚମ ପର୍ଯ୍ୟାୟ ମତଦାନ

ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ଆଜି ପଡୁଛି ପଞ୍ଚମ ପର୍ଯ୍ୟାୟ ମତଦାନ । 12ଟି ଜିଲ୍ଲାର 61ଟି ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ଦଳର ମୋଟ ୬୯୨ ଜଣ ପ୍ରାର୍ଥୀ ଙ୍କ ଆଜି ହେବ ଭାଗ୍ୟ ପରୀକ୍ଷା । 61ଟି ବିଧାନସଭା ଆସନ ମଧ୍ୟରୁ ଗୁରୁତ୍ବପୂର୍ଣ୍ଣ ଭାବେ ଆମେଥି, ରାଏବରେଲି, ସୁଲତାନପୁର, ଚିତ୍ରକୁଟ, ପ୍ରତାପଗଡ, ପ୍ରୟାଗରାଜ, ଅଯୋଧ୍ୟା ଏବଂ ଗୋଣ୍ଡା ପ୍ରମୁଖ ଚର୍ଚ୍ଚିତ ଆସନ ମଧ୍ୟ ରହିଛି ।

ପଞ୍ଚମ ପର୍ଯ୍ୟାୟରେ ବିଭିନ୍ନ ଦଳରୁ ମୋଟ 692 ଜଣ ପ୍ରାର୍ଥୀ ସେମାନଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି । ଏମାନଙ୍କ ମଧ୍ୟରେ ପ୍ରମୁଖ ଚେହେରା ଭାବେ ପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ସିରଥୁ ବିଧାନସଭା ଆସନରୁ ନିର୍ବାଚନ ଲଢୁଥିବାବେଳେ ରାମପୁର ଖାସ ଆସନରୁ ନିର୍ବାଚନକୁ ଓହ୍ଲାଇଛନ୍ତି କଂଗ୍ରେସ ବିଧାନସଭା ଦଳର ନେତା ଆରାଧନା ମିଶ୍ର । ସେହିପରି ଅନ୍ୟତମ ବାହୁବଳୀ ନେତା ରଘୁରାଜ ପ୍ରତାପ ସିଂ କୁଣ୍ଡା ଆସନରୁ ଏବଂ ଉତ୍ତର ପ୍ରଦେଶ କ୍ୟାବିନେଟ ମନ୍ତ୍ରୀ ସିଦ୍ଧାର୍ଥ ନାଥ ସିଂ ଆହ୍ଲାବାଦ ପଶ୍ଚିମ ଆସନ ଓ ଆହ୍ଲାବାଦ ଦକ୍ଷିଣରୁ ନନ୍ଦ ଗୋପାଳ ଗୁପ୍ତ ନାଡି ନିର୍ବାଚନରେ ପ୍ରତିଦ୍ବନ୍ଦିତା କରୁଛନ୍ତି ।ମତଦାନ ସକାଳ 7ଟାରୁ ଆରମ୍ଭ ହୋଇ ସନ୍ଧ୍ୟା 6ଟାରେ ଶେଷ ହେବ । ସମସ୍ତ ବୁଥରେ ଆବଶ୍ୟକୀୟ ବ୍ୟବସ୍ଥା ଶେଷ ହୋଇଛି । ସମସ୍ତ ବୁଥରେ ପୋଲିଂ ପାର୍ଟି ମଧ୍ୟ ପହଞ୍ଚି ସାରିଛନ୍ତି । ସୁରକ୍ଷା ଦୃଷ୍ଟିରୁ ମଧ୍ୟ ପର୍ଯ୍ୟାପ୍ତ ବ୍ୟବସ୍ଥା ଗ୍ରହଣ କରାଯାଇ ସରିଛି ।

ସକାଳ ୭ରୁ ଭୋଟିଂ ଆରମ୍ଭ ହୋଇ ସଂନ୍ଧ୍ୟା ୬ରେ ଶେଷ ହେବା ପରେ ଇଭିଏମକୁ ପୂର୍ବ ନିର୍ଦ୍ଧାରିତ ଷ୍ଟ୍ରଙ୍ଗ ରୁମରେ ସୁରକ୍ଷିତ ଭାବେ ପହଞ୍ଚାଯିବ ।

Related Posts