ଉତ୍ତରପ୍ରଦେଶ ବିଧାନ ପରିଷଦ ନିର୍ବାଚନରେ ବିଜେପିକୁ ମିଳିଲା ବହୁମତ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଉତ୍ତରପ୍ରଦେଶ ବିଧାନ ପରିଷଦ ନିର୍ବାଚନରେ ବିଜେପିକୁ ମିଳିଲା ବହୁମତ । ତେବେ ୩୬ଟି ବିଧାନ ପରିଷଦ ଆସନରୁ ବିଜେପି ୩୩ଟି ଆସନରେ ବିଜୟୀ ହୋଇଛି । ସେପଟେ ସ୍ୱାଧୀନ ୩ଟି ଆସନ ଜିତିଥିବାର ସୂଚନା ମିଳିଛି । ହେଲେ ସମାଜବାଦୀ ପାର୍ଟି ଖାତା ଖୋଲି ପାରି ନାହିଁ । ଏହା ମଧ୍ୟରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି ।

ତେବେ ଆଜି ଉତ୍ତରପ୍ରଦେଶର ସ୍ଥାନୀୟ ପ୍ରାଧିକରଣ ବିଧାନ ପରିଷଦ ନିର୍ବାଚନରେ ବିଜେପିରେ ବିଜୟ ପୁଣିଥରେ ସ୍ପଷ୍ଟ କରିଛି ଯେ ଆଦରଣୀୟ ପ୍ରଧାନମନ୍ତ୍ରୀଙ୍କ ଦକ୍ଷ ମାର୍ଗଦର୍ଶିକା ତଥା ନେତୃତ୍ୱରେ ରାଜ୍ୟବାସୀ ଜାତୀୟତା, ବିକାଶ ଏବଂ ଉତ୍ତମ ଶାସନ ସହ ଅଛନ୍ତି । ଅନ୍ୟପଟେ ୟୁପି ବିଧାନ ପରିଷଦରେ ମୋଟ ୩୬ଟି ଆସନ ରହିଛି । ଏଥିମଧ୍ୟରୁ ୯ ଜଣ ବିଜେପି ସଦସ୍ୟ ବିନା ପ୍ରତିଦ୍ୱନ୍ଦ୍ୱିତା କରି ପୂର୍ବରୁ ନିର୍ବାଚିତ ହୋଇ ସାରିଛନ୍ତି । ୨୭ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts