ମୋଦିଙ୍କ ଗଡ଼ରେ ବିଜେପିର ପରାଜୟ; ବାଜି ମାରିଲେ ସ୍ୱାଧୀନ ପ୍ରାର୍ଥୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ସାମ୍ନାକୁ ଆସିଛି ଉତ୍ତରପ୍ରଦେଶ ବିଧାନ ପରିଷଦ ନିର୍ବାଚନର ଫଳାଫଳ । ଏନେଇ ସକାଳ ୮ଟାରୁ ୨୭ଟି ଜିଲ୍ଲାର ମୁଖ୍ୟାଳୟରେ ଥିବା କଲେକ୍ଟରେଟରେ ଭୋଟ ଗଣନା ଆରମ୍ଭ ହୋଇଥିଲା । ଉତ୍ତରପ୍ରଦେଶର ବିଧାନ ପରିଷଦର ୨୭ ଟି ଆସନ ପାଇଁ ଫଳାଫଳ ଘୋଷଣା କରାଯାଇଛି। ସେପଟେ ଭାରତୀୟ ଜନତା ପାର୍ଟି ୯ ଟି ଆସନରେ ବିନା ପ୍ରତିଦ୍ୱନ୍ଦ୍ୱିତାର ବିଜୟ ଲାଭ କରିଛି । ଯେଉଁଥିପାଇଁ ଆଜି ୨୭ ଟି ଆସନରେ ନିର୍ବାଚନ ଫଳାଫଳ ଘୋଷଣା କରାଯାଇଛି। ଏଥି ସହିତ ବିଜେପି ଏହି ନିର୍ବାଚନରେ ୩୬ ଟି ସିଟ୍ ମଧ୍ୟରୁ ୩୩ ଟି ଜିତିଥିବାବେଳେ ତିନିଟି ଆସନରେ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି । ବିଶେଷ କଥା ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗଡ଼ ବାରାଣସୀରେ ପୁଣିଥରେ ବ୍ରିଜେଶ ସିଂ ପ୍ରାଧାନ୍ୟ ବିସ୍ତାର କରିଥିଲେ । ତାଙ୍କ ସ୍ତ୍ରୀ ଅନ୍ନପୂର୍ଣ୍ଣା ସିଂ ସ୍ୱାଧୀନ ଛିଡ଼ା ହୋଇ ଏମଏଲସି ନିର୍ବାଚନରେ ଜିତିଛନ୍ତି ।

ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିଛି । ସେ ବାରାଣସୀ-ଚାନ୍ଦୁଲି-ଭଦୋହି ଆସନ ଜିତିବାରେ ସଫଳ ହୋଇଛନ୍ତି। ତେବେ ବିଜେପି ପ୍ରାର୍ଥୀ ସୁଦାମା ପଟେଲଙ୍କୁ ଏହି ଆସନରେ ପରାଜୟର ସାମ୍ନା କରିବାକୁ ପଡ଼ିଛି । ଅନ୍ୟପଟେ ଅନ୍ନପୂର୍ଣ୍ଣା ସିଂଙ୍କୁ ୪୨୩୪ ଭୋଟ୍, ଏସପି ପ୍ରାର୍ଥୀ ଉମେଶ ଯାଦବ ୩୪୫ ଏବଂ ବିଜେପି ପ୍ରାର୍ଥୀ ସୁଦାମା ପଟେଲଙ୍କୁ ୧୭୦ ଭୋଟ୍ ମିଳିଛି। ଏଥିସହ ଅନ୍ନପୂର୍ଣ୍ଣା ୪୨୩୪ ଭୋଟ ହାସଲ କରି ଜିତିଥିଲେ । ୨୪ ବର୍ଷ ଧରି ବାରାଣସୀର ଏହି ଆସନ କେନ୍ଦ୍ରୀୟ ଜେଲରେ ଥିବା ବ୍ରିଜେଶ ସିଂ କିମ୍ବା ତାଙ୍କ ପରିବାର ଦଖଲ କରି ଆସୁଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts