ବିଜେପି ସରକାର ପଞ୍ଜାବରେ ଆସିବାର ନାହିଁ, କାହିଁକି ସେମାନେ ସମୟ ବରବାଦ କରୁଛନ୍ତି: ରାହୁଲ ଗାନ୍ଧୀ

ଚଣ୍ଡିଗଡ଼(ସତ୍ୟପାଠ ବ୍ୟୁରୋ): ଆଉ କିଛି ଦିନ ପରେ ପଞ୍ଜାବରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏନେଇ ରାଜନୈତିକ ଦଳମାନେ ଚଳଚଞ୍ଚଳ ହୋଇ ଉଠିଛନ୍ତି । ଏହା ମଧ୍ୟରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରାଜପୁରାରେ ଏକ ନିର୍ବାଚନ ରାଲିରେ ଭାରତୀୟ ଜନତା ପାର୍ଟି ଏବଂ ଆମ୍ ଆଦମୀ ପାର୍ଟିକୁ କଡ଼ା ଟକ୍କର ଦେଇଛନ୍ତି । ତେବେ ରାହୁଲ ଗାନ୍ଧୀ କହିଛନ୍ତି ଯେ ଯଦି ସରକାର ଗଠନ ହୁଏ ତେବେ ଆମେ ଡ୍ରଗ୍ସ ବିରୋଧରେ ଅନୁଷ୍ଠାନ ଖୋଲିବୁ। ବିଜେପି ସରକାର ପଞ୍ଜାବରେ ଆସିବାର ନାହିଁ । ସେମାନେ କାହିଁକି ସମୟ ନଷ୍ଟ କରୁଛନ୍ତି? ବୋଲି ରାହୁଲ କଟାକ୍ଷ କରିଛନ୍ତି ।

ରାହୁଲ ଗାନ୍ଧୀ ଆହୁରି ମଧ୍ୟ କହିଛନ୍ତି ଯେ ୨୦୧୩ରେ ଯେତେବେଳେ ମୁଁ ପଞ୍ଜାବରେ ଡ୍ରଗ୍ସ ସମସ୍ୟା ଉଠାଇଥିଲି ସେତେବେଳେ ମୋତେ ପରିହାସ କରାଯାଇଥିଲା। ଯେତେବେଳେ ମୁଁ ପାଟି ଖୋଲେ, ସେତେବେଳେ ବହୁତ ଭାବିଚିନ୍ତି କୁହେ । ଆପଣ ଏହାକୁ ପସନ୍ଦ କରନ୍ତୁ ବା ନ କରନ୍ତୁ ମୁଁ ମିଥ୍ୟା ପ୍ରତିଶୃତି ଦେଇ ପାରିବି ନାହିଁ । କଂଗ୍ରେସ ସାଂସଦ କହିଛନ୍ତି ଯେ କରୋନା ସମୟରେ ମଧ୍ୟ ପ୍ରସ୍ତୁତି ପାଇଁ ମୁଁ ଅନେକ ଥର ଚେତାବନୀ ଦେଇଥିଲି। କିନ୍ତୁ ତା’ପରେ ମୋତେ ପରିହାସ କରାଗଲା । ମୁଁ ପ୍ରସ୍ତୁତି ବିଷୟରେ କହୁଥିଲି, ପ୍ରଧାନମନ୍ତ୍ରୀ ଥାଳି ବଜାଇବାକୁ କହିଥିଲେ।

Related Posts