ରାଜ୍ୟସଭା ନିର୍ବାଚନ ପାଇଁ ଚାରୋଟି ରାଜ୍ୟରେ ନିଜର ପ୍ରାର୍ଥୀ ଘୋଷଣା କଲା ବିଜେପି

ଭୁବନେଶ୍ୱରଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଜ୍ୟ ସଭାରେ ହେବାକୁ ଥିବା ଦ୍ୱିବାର୍ଷିକ ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ଚାରୋଟି ରାଜ୍ୟରେ ନିଜର ପ୍ରାର୍ଥୀ ଘୋଷଣା କରିଛି । ଏନେଇ ବିଜେପି ରାଷ୍ଟ୍ରୀୟ ମହାସଚିବ ଅରୁଣ ସିଂ ଘୋଷଣା କରିଛନ୍ତି । ସେପଟେ ଆସାମରୁ ପବିତ୍ରା ମାର୍ଗରିଟା, ହିମାଚଳ ପ୍ରଦେଶରୁ ଡ.ମାଣିକ ଶାହଙ୍କ ନାମ ଘୋଷଣା ଭାରତୀୟ ଜନତା ପାର୍ଟି ଘୋଷଣା କରିଛି । ଏହା ସହ ପଶ୍ଚିମବଙ୍ଗ ଲୋକସଭା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ।

ସେହିପରି ବିହାର ଏବଂ ମହାରାଷ୍ଟ୍ରରେ ହେବାକୁ ଥିବା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ପଶ୍ଚିମବଙ୍ଗ ଆସନସୋଲ ଲୋକସଭା ଆସନ ପାଇଁ ଭାରତୀୟ ଜନତା ପାର୍ଟି ଅଗ୍ନିମିତ୍ର ପଲଙ୍କୁ ପ୍ରାର୍ଥୀ କରିଥିବାବେଳେ ବଲ୍ଲହୁଙ୍ଗେ ବିଧାନସଭାରୁ କେୟା ଘୋଷଙ୍କୁ ଦଳ ପ୍ରାର୍ଥ କରିଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

Related Posts