ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପାଞ୍ଚଟି ରାଜ୍ୟରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ଦଳ ମଧ୍ୟରେ ହିଁ ନେତାମାନଙ୍କ ମଧ୍ୟରେ ବୟାନ ବାଜି ଚାଲିଛି । କିଏ ନେତୃତ୍ୱକୁ ପ୍ରଶ୍ନ ଉଠାଉଥିବାବେଳେ ଆଉ କିଏ ନେତାଙ୍କୁ ନେଇ ବୟାନ ବାଜି କରିବାରେ ଲାଗିଛନ୍ତି । ଏହା ମଧ୍ୟରେ ୧୦ ଜନପଥରେ ସୋନିଆ ଗାନ୍ଧୀଙ୍କୁ ଭେଟିଥିଲେ ଗୁଲାମ ନବୀ ଆଜାଦ । ତେବେ ଏହାକୁ ସାଧାରଣ ଆଲୋଚନା ବୋଲି ଗୁଲାମନବୀ କହିଥିଲେ । ତେବେ ଗୁଲାମନବୀଙ୍କ ଏହି ସାକ୍ଷାତକାରକୁ ଭଲ ସଙ୍କେତ ବୋଲି କହିଛନ୍ତି କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେ ଖଡଗେ ।
ସୋନିଆଙ୍କୁ ଭେଟିବା ପରେ ଗୁଲାମ ନବୀ କହିଥିଲେ ଯେ, ବିଧାନସଭା ନିର୍ବାଚନରେ ପରାଜୟ ନେଇ ଆଲୋଚନା ହୋଇଥିଲା। ଉଭୟଙ୍କ ଭିତରେ ୪୫ ମିନିଟ ଆଲୋଚନା ହୋଇଥିଲା । ତେବେ ନିର୍ଦ୍ଦିଷ୍ଟ କେଉଁ ପ୍ରସଙ୍ଗରେ ଆଲୋଚନା ହୋଇଛି ତାହା ସ୍ପଷ୍ଟ ହୋଇନାହିଁ । ଏହାକୁ ନେଇ ମଲ୍ଲିକାର୍ଜୁନ କହିଛନ୍ତି ଯେ, କଂଗ୍ରେସର ସମସ୍ତ ନେତା ଦଳକୁ ସୁଦୃଢ କରିବାକୁ ଏକାଠି ହେବା ଆବଶ୍ୟକ । ସମସ୍ତଙ୍କର ଦାୟିତ୍ୱ ରହିଛି । କେବଳ ଗାନ୍ଧୀ ପରିବାରକୁ ଦୋଷ ଦେଲେ ହେବ ନାହିଁ ବୋଲି ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି । ଏ ଖବର ସାମ୍ନାକୁୁ ଆସିବା ପରେ ଦେଶର ରାଜନୀତି ବେଶ ଚଳଚଞ୍ଚଳ ହୋଇ ଉଠିଛି ।