ଆସାମ ଓ କେରଳ ରାଜ୍ୟସଭା ପାଇଁ ପ୍ରାର୍ଥୀ ତାଲିକା ଜାରି କଲା କଂଗ୍ରେସ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆସାମ ଓ କେରଳ ରାଜ୍ୟସଭା ପାଇଁ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି । ଆସାମରୁ ରିପୁନ ବୋରା ଏବଂ କେରଳର ଜେ.ବି ମାଥେରଙ୍କୁ ପ୍ରାର୍ଥୀ ଭାବେ ଦଳ ପକ୍ଷରୁ ମନୋନ୍ଥଚ୍ଛ କରାଯାଇଛି । ସେପଟେ ଦେଶର ଅନେକ ରାଜ୍ୟରେ ରାଜ୍ୟସଭା ଆସନ ଖାଲି ହେବାକୁ ଯାଉଛି ।

କଂଗ୍ରେସ ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତ୍ତିରେ କୁହାଯାଇଛି ଯେ, ବୋରା ଏବଂ ମାଥେରଙ୍କୁ ପ୍ରାର୍ଥୀ ପାଇଁ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷ ସୋନିିଆ ଗାନ୍ଧୀ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଅନ୍ୟପଟେ ମାର୍ଚ୍ଚ ୩୧ରେ ୬ଟି ରାଜ୍ୟରେ ୧୩ଟି ରାଜ୍ୟସଭା ପାଇଁ ମତଦାନ ହେବାକୁ ଯାଉଛି । ଏଖବର ସାମ୍ନାକୁ ଆସିବା ପରେ ଦେଶର ରାଜନୀତି ବେଶ ଚଳଞ୍ଚଳ ହୋଇ ଉଠିଛି ।

Related Posts