ମୟୂରଭଞ୍ଜରେ ଏଥର ଖାତା ଖୋଲିପାରିଲାନି ବିଜେପି; ବାଜି ମାରିଲା ବିଜେଡି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପଞ୍ଚାୟତ ନିର୍ବାଚନର ଭୋଟ ଗଣତି ପ୍ରକ୍ରିିୟା ଜାରି ରହିଛି । ଏହା ମଧ୍ୟରେ ମୟୂରଭଞ୍ଜ ଜିଲ୍ଲାରର ଜିଲ୍ଲା ପରିଷଦ ନିର୍ବାଚନର ସମ୍ପୂର୍ଣ୍ଣ ଫଳାଫଳ ସାମ୍ନାକୁ ଆସିଛି । ତେବେ ମୟୂରଭଞ୍ଜରେ ଏଥର ବିଜେପି ନିଜର ଖାତା ଖୋଲିପାରିନାହିଁ । କେବଳ ବିଜେପି ନୁହଁ କଂଗ୍ରେସ ମଧ୍ୟ ନୈରାଶ୍ୟଜନକ ପ୍ରଦର୍ଶନ କରିଛି । ସେପଟେ ମୋଟ ୫୬ଟି ଆସନରୁ ବିଜେଡି ୫୩ଟିରେ ଜେଏମଏମ ୩ଟି ଆସନ ଜିତିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏହା ଚର୍ଚ୍ଚାର ବିଷକୟ ପାଲଟିଛି । କାହିଁକିନା ମୟୂରଭଞ୍ଜକୁ ବିଜେପିର ଗଡ଼ ବୋଲି କୁହାଯାଉଥିଲା ।

ପୂର୍ବନିର୍ବାଚନରେ ଜିଲ୍ଲାବାସୀ ବିଜେପିକୁ ଭରଷା କରି ଭୋଟ ଦେଇଥିଲେ । ଏବଂ ଅଧିକାଂଶ ଜିଲ୍ଲା ପରିଷଦ ପ୍ରାର୍ଥୀ ବିଜେପିର ହୋଇଥିଲେ । କିନ୍ତୁ ଏଥର ନିର୍ବାଚନରେ ବିଜେପି ତାର ପୂରୁଣା ଯାଦୁ ଦେଖାଇ ପାରିନାହିଁ । ବିଜେପିକୁ ଆଉ ଭରଷା ନକରି ମୟୂରଭଞ୍ଜବାସୀ ଶାସକ ବିଜେଡିକୁ ଭରଷା କରିଛନ୍ତି । କେବଳ ବିଜେପି ନୁହଁ ବରଂ ଏଥର କଂଗ୍ରେସକୁ ମଧ୍ୟ ମୟୂରଭଞ୍ଜରେ ନୀରାଶ ହେବାକୁ ପଡ଼ିଛି ।

Related Posts