ଗଣତିର ଦ୍ୱିତୀୟ ଦିନରେ ଗଜପତିରେ ୫ଟି ଜୋନରେ ବିଜେଡି ଆଗୁଆ ରହିଥିବାବେଳେ ଗୋଟିଏରେ କଂଗ୍ରେସ ରହିଛି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପଞ୍ଚାୟତ ନିର୍ବାଚନର ଭୋଟ ଗଣତିର ଆଜି ଦ୍ୱିତୀୟ ଦିନ । ଦ୍ୱିତୀୟ ଦିନରେ ୩୦୬ଟି ଜିଲ୍ଲା ପରିଷଦ ଆସନ ପାଇଁ ଭୋଟ୍ ଗଣତି ଜାରି ରହିଛି। ଏହା ମଧ୍ୟରେ ଗଜପତି ଜିଲ୍ଲାର ୬ଟି ଜିଲ୍ଲା ପରିଷଦ ଜୋନ୍ରେ ଆଜି ଭୋଟ ଗଣତି ଜାରି ରହିଛି। ଅପରାହ୍ନ ୨ଟା ସୁଦ୍ଧା ବିଜେଡି ୫ଟି ଜୋନ୍ରେ ଆଗୁଆ ରହିଛି। ସେହିପରି କଂଗ୍ରେସ ଗୋଟିଏ ଜୋନରେ ଆଗୁଆ ରହିଥିବାର ସୂଚନା ମିଳିଛି । ଗଣତିର ଦ୍ବିତୀୟ ଦିନରେ ସାତୋଟି ବ୍ଳକର ସମୁଦାୟ ୬ଟି ଜୋନ୍ରେ ଗଣତି ଚାଲିଛି। ଗତକାଲି ୭ଟି ଜୋନ୍ର ଗଣତିର ଫଳାଫଳ ଆସି ସାରିଛି। ଏଥିରୁ ୫ଟିରେ ବିଜେଡି ଓ ଦୁଇଟିରେ କଂଗ୍ରେସ ବିଜୟ ହାସଲ କରିଛି। ଫେବ୍ରୁଆରି ୨୮ ତାରିଖରେ ଗୋଟିଏ ଜୋନ୍ରେ ଗଣତି କାର୍ଯ୍ୟକ୍ରମ ରହିଛି । ତେବେ କାଶୀନଗର ୨ ନମ୍ବର ଜୋନରେ ବିଜେଡି ୨୩୪ ଭୋଟରେ ଆଗୁଆ ରହିଛି ।

ସେହିପରି ଗୁମ୍ମା ୪ ନମ୍ବର ଜୋନରେ କଂଗ୍ରେସ ୫୮୯ ଭୋଟରେ ଆଗୁଆ ଥିବାବେଳେ ଗୋଷାଣୀ ୭ ନମ୍ବର ଜୋନରେ ବିଜେଡି ୭୫୦ ଭୋଟରେ ଆଗୁଆ ରହିଛି । ମୋହନା ୯ ନମ୍ବର ଜୋନରେ ବିଜେଡି ୧୯୬୦ ଭୋଟରେ ଆଗୁଆ ରହିଛି । ଉଦୟଗିରି ୧୨ ନମ୍ବର ଜୋନରେ ବିଜେଡି ୩୬୭ ଭୋଟରେ ଆଗୁଆ ରହିଛି । ସେହପିରି ରାୟଗଡ ୧୪ ନମ୍ବର ଜୋନରେ ବିଜେଡି ୫୯ ଭୋଟରେ ଆଗୁଆ ରହିଛି ।

Related Posts