ବିଜେପିରେ ନେତୃତ୍ୱ ସଙ୍କଟ ପାଇଁ ହିଁ ଦଳ ହାରୁଛି: ଖାରବେଳ ସ୍ୱାଇଁ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପଞ୍ଚାୟତ ନିର୍ବାଚନର ଭୋଟ ଗଣତି ପ୍ରକ୍ରିିୟା ଆରମ୍ଭ ହୋଇଛି । ତେବେ ତୃତୀୟ ଦିନ ଗଣତି ସୁଦ୍ଧା ଜିଲ୍ଲା ପରିଷଦ ଜୋନ ଟ୍ରେଣ୍ଡ ଅନୁଯାୟୀ ବିଜେଡି ୭୩୪, ବିଜେପି ୪୨, କଂଗ୍ରେସ ୩୫ ଓ ଅନ୍ୟମାନେ ୮ ଜିଲ୍ଲା ପରିଷଦ ଆସନରେ ଆଗୁଆ ରହିଛି । ସେପଟେ ଶାସକ ବିଜେଡିର ଏକତରଫା ବିଜୟକୁ ନେଇ ବିରୋଧୀ ଅନେକ ପ୍ରଶ୍ନ ଉଠାଇଛନ୍ତି । କିଏ ଏହାକୁ ଭୋଟ ବଦଳରେ ନୋଟ ଦିଆଯାଇଛି କହୁଥିବାବେଳେ ଆଉ କିଏ ଏଥିପାଇଁ ବିରୋଧୀ ଦଳକୁ ହଁ ଟାର୍ଗେଟ କରିଛି । ଏହା ମଧ୍ୟରେ ବିଜେପିର ବରିଷ୍ଠ ନେତା ଖାରବେଳ ସ୍ୱାଇଁଙ୍କର ବଡ଼ ବୟାନ ସାମ୍ନାକୁ ଆସିଛି । ତେବେ ଖାରବେଳ ରାଜ୍ୟରେ ବିଜେପି ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି ଯେ ବିଜେପିରେ ନେତୃତ୍ୱ ସଙ୍କଟ ପାଇଁ ଦଳ ହାରିଲା । ନବୀନଙ୍କ ତୁଳନାରେ ବିଜେପିର ଚେହେରା ନାହିଁ ।

ଆଉ ନିର୍ବାଚନ ଫଳାଫଳ ପରେ କେନ୍ଦ୍ରୀୟ ନେତୃତ୍ୱ ନିଷ୍ପତ୍ତି ନେବେ । ନବୀନଙ୍କୁ ହରାଇବା ପାଇଁ ବିଜେପିରେ ଚେହେରା ଅଛନ୍ତି କିନ୍ତୁ ମୁଁ ବର୍ତ୍ତମାନ ନାମ ପ୍ରକାଶ କରିବା ଠିକ ନୁହେଁ । ସୂଚନା ଥାଉ କି ଗତକାଲି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ବିଜେପିର ଭଲ ଫଳାଫଳ ନ ହେବା ଓ ଧର୍ମେନ୍ଦ୍ର ପ୍ରଚାର ନ କରିବା ନେଇ ଉତ୍ତରପ୍ରଦେଶ ନିର୍ବାଚନ ଓ ସଂସଦ ଅଧିବେଶନକୁ ଦାୟୀ କରିଥିଲେ । ସେ କହିଥିଲେ ଯେ ସରକାରୀ ଦଳ ଅର୍ଥ ବଳରେ ଜିତୁଛି । ଟଙ୍କା ଦେଇ ଭୋଟ କିଣାଯାଉଛି ଓ ସ୍ୱାଧୀନ ଭାବେ ମତଦାନ ପାଇଁ ସୁଯୋଗ ଦିଆଗଲାନାହିଁ । ସଂସଦ ଅଧିବେଶନ ଯୋଗୁଁ ନେତାମାନେ ସମୟ ଦେଇପାରିଲେ ନାହିଁ । ବିଶେଷ କରି ଧର୍ମେନ୍ଦ୍ର ପ୍ରଧାନ ଉତ୍ତରପ୍ରଦେଶ ପ୍ରଭାରୀ ଥିବାରୁ ଓ ଉତ୍ତରପ୍ରଦେଶରେ ଭୋଟ ବ୍ୟସ୍ତତା ଯୋଗୁଁ ସମୟ ଦେଇପାରିନାହାନ୍ତି ।

Related Posts