ସ୍ନାନ କରୁଥିବା ବ୍ୟକ୍ତିଙ୍କ ପାଖକୁ ଭୋଟ ମାଗିବାକୁ ପହଞ୍ଚିଲେ ବିଜେପି ବିଧାୟକ

ଗୋରଖପୁର(ସତ୍ୟପାଠ ବ୍ୟୁରୋ): ଆଉ ମାତ୍ର କିଛି ଦିନ ପରେ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏହାକୁ ଦୃଷ୍ଟିରେ ରଖି ନିର୍ବାଚନ ପ୍ରଚାର ପାଇଁ ଲୋକପ୍ରତିନିଧୀମାନେ ଦ୍ୱାର ଦ୍ୱାରକୁ ଯାଉଛନ୍ତି । ଏହା ମଧ୍ୟରେ ବିଜେପି ନେତା ସୁରେନ୍ଦ୍ର ମୌତାନୀଙ୍କ ଫୋଟ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ତେବେ ମୌତାନୀ ଜଣେ ସ୍ନାନ କରୁଥିବା ବ୍ୟକ୍ତିଙ୍କ ପାଖରେ ଛିଡ଼ା ହୋଇଥିବାର ଦେଖିବାକୁ ମିଳିଥିଲା । କେବଳ ଛିଡ଼ା ହୋଇ ନାହାନ୍ତି ବରଂ ସବୁ ଠିକ ଅଛି କି ? ତୁମର ଘର ସଫଳତାର ସହିତ ନିର୍ମିତ ହୋଇଛି, ନା ? ଆପଣଙ୍କ ପାଖରେ ରାସନ କାର୍ଡ ଅଛି କି ? ବୋଲି ପଚାରିଥିଲେ ।

ସେପଟେ ସ୍ନାନ କରୁଥିବା ବ୍ୟକ୍ତି ଜଣକ ସବୁକିଛି ମୋ ପାଖରେ ଅଛି ବୋଲି କହିଥିଲେ । ଏହା ପରେ ନେତା ଜଣଙ୍କ ଏହି ଫୋଟକୁ ସୋସିଆଲ ମିଡିଆରେ ସେୟାର କରିଥିଲେ । ହାଉସିଂ ସ୍କିମ୍ ସହିତ ତାଙ୍କର ନିଜର ବ୍ୟକ୍ତିଗତ ଘର ହେବାର ସ୍ୱପ୍ନର ପୂରଣ ପାଇଁ ମୁଁ ତାଙ୍କୁ ଅଭିନନ୍ଦନ ଜଣାଉଛି । ମୋତେ ପୁନର୍ବାର ବିଧାୟକ ହେବାକୁ ଆଶୀର୍ବାଦ ଦିଅନ୍ତୁ ବୋଲି ମଧ୍ୟ କହିଥିବାର ଦେଖିବାକୁ ମିଳିଛି । ସେପଟେ ତ୍ତରପ୍ରଦେଶରେ ଫେବୃଆରୀ ୧୦ ରୁ ମାର୍ଚ୍ଚ ୭ ମଧ୍ୟରେ ସାତୋଟି ପର‌୍ୟ୍ୟାୟରେ ମତଦାନ ହେବ ଏବଂ ଫଳାଫଳ ମାର୍ଚ୍ଚ ୧୦ ରେ ଘୋଷଣା କରାଯିବ।

Related Posts