ଟିକେଟ ଦେବା ଆଳରେ ଲୁଟିନେଲେ ୬୭ ଲକ୍ଷ ଟଙ୍କା, ଥାନାରେ ଭୋ ଭୋ କରି କାନ୍ଦିଲେ ବିଏସପି ନେତା

ଗୋରଖପୁର(ସତ୍ୟପାଠ ବ୍ୟୁରୋ): ବିଏସପି ନେତା ତଥା ପଞ୍ଚିମ ଉତ୍ତରପ୍ରଦେଶ ପ୍ରଭାରୀ ଶ୍ୟାମସୁଦ୍ଦିନ ରାଇନଙ୍କ ନାଁରେ ଆସିଛି ସଙ୍ଗିନ ଅଭିଯୋଗ । ଟିକେଟ ଦେବା କହି ୬୭ ଲକ୍ଷ ଟଙ୍କା ହଡ଼ପ କରିଛନ୍ତି ବୋଲି ବିଏସପି ନେତା ଅର୍ଶଦ ରାଣା ଅଭିଯୋଗ କରିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସମଗ୍ର ଦେଶରେ ଏହା ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ସେପଟେ ଅର୍ଶଦ ରାଣା ପୋଲିସ ଷ୍ଟେସନରେ ନେତା ଶ୍ୟାମସୁଦ୍ଦିନ ରେନଙ୍କ ବିରୋଧରେ ଅଭିଯୋଗ କରିଛନ୍ତି ।

ଏହି ସମୟରେ ବିଏସପି ନେତା ଅର୍ଶଦ ରାଣା ପୋଲିସ ଷ୍ଟେସନରେ ଇନ୍ସପେକ୍ଟରଙ୍କ ସାମ୍ନାରେ କାନ୍ଦୁଥିଲେ। ଯଦି ନ୍ୟାୟ ପ୍ରଦାନ ନହୁଏ ତେବେ ମୁଁ ଆତ୍ମହତ୍ୟା କରିବି ବୋଲି ବିଏସପି ନେତା ଅର୍ଶଦ ରାଣା ଚେତାବନୀ ଦେଇଛନ୍ତି। ଏନେଇ ବିଏସପି ନେତା ଅର୍ଶଦ ରାଣା ଫେସବୁକରେ ଏକ ପୋଷ୍ଟ କରିଥିବାର ଦେଖିବାକୁ ମିଳିଛି । ସଲମାନଙ୍କ ଟିକେଟ୍ ପରେ ତାଙ୍କର ପ୍ରତିକ୍ରିୟା ସାମ୍ନାକୁ ଆସିଛି। ସେ ଏକ ଫେସବୁକ ପୋଷ୍ଟରେ ଲେଖିଛନ୍ତି ଯେ, ଯଦି ବାହୁଜନ ସମାଜ ପାର୍ଟିର ପଶ୍ଚିମ ଦାୟିତ୍ୱରେ ଥିବା ଶ୍ୟାମସୁଦ୍ଦିନ ମୋ ଟଙ୍କା ଫେରସ୍ତ ନକରନ୍ତି, ତେବେ ମୁଁ ସମ୍ମାନଜନକ ବାହୁଜନ ସମାଜ ପାର୍ଟି ସୁପ୍ରିମୋ ବେହେନଙ୍କ ବାସଭବନରେ ଆତ୍ମାହୁତି ଦେବି ।

Related Posts