ପୂର୍ବ ଉପନିର୍ବାଚନରେ ବିଜେପି ଜିତିଥିଲା ଆଉ ବର୍ତ୍ତମାନ ଆମେ ଜିତିଲୁ; ସବୁ ଜନତାଙ୍କ ଇଚ୍ଛା: ନିତିଶ କୁମାର

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବିହାର ବୋଚହା ବିଧାନସଭା ଉପନିର୍ବାଚନରେ ବିଜେପି ପରାସ୍ତ ହୋଇଛି । ସେପଟେ ଏହି ଉପନିର୍ବାଚନରେ ରାଷ୍ଟ୍ରୀୟ ଜନତା ଦଳ ବିଜୟୀ ହୋଇଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିଥିଲା । ଆଉ ସମସ୍ତେ ଭାବୁଥିଲେ ବିଜୟ ପରେ ବିଜେପିକୁ ନିତିଶ କୁମାର ସମାଲୋଚନା କରିବେ । କିନ୍ତୁ ସେପରି ନହୋଇ ବିଜେପିକୁ ନିତିଶ କୁମାର ସାନ୍ତ୍ୱନା ଦେଇଥିବାର ଦେଖିବାକୁ ମିଳିଛି । ତେବେ ଏହାର କିଛି ଅର୍ଥ ନାହିଁ। ଜନସାଧାରଣ ହେଉଛନ୍ତି ମାଲିକ, ଯାହାକୁ ସେମାନେ ଭୋଟ୍ ଦେବେ, ସେମାନେ ହିଁ ଜିତିବେ।

କିନ୍ତୁ ଏହାକୁ ନେଇ ଅଧିକ ବିଶ୍ଳେଷଣ କରାଯିବା ଉଚିତ ନୁହେଁ। ପୂର୍ବ ଦୁଇଟି ବିଧାନସଭା ନିର୍ବାଚନମଣ୍ଡଳୀରେ ହୋଇଥିବା ଉପ-ନିର୍ବାଚନରେ ଭାରତୀୟ ଜନତା ପାର୍ଟି ଜିତିଥିଲା। ଏବେ ଆମେ ଜିତିଲୁ। ସବୁ ଜନତାଙ୍କ ଇଚ୍ଛା ବୋଲି ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର କହିଛନ୍ତି । ଅନ୍ୟପଟେ ବିଜେପିର ପରାଜୟକୁ ନେଇ ନିତିଶଙ୍କ ମୁହଁରେ ଖୁସି ବାରି ହୋଇପଡ଼ୁଥିଲେ ବି ସେ ସମାଲୋଚନା କରିବା ପରିବର୍ତ୍ତେ ସାନ୍ତ୍ୱନା ଦେବାକୁ ଉଚିତ୍ ମନେ କରିଥିଲେ। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts