
ଆସନ୍ତା 1ତାରିଖରେ ମହାଶିବରାତ୍ରି । ଏନେଇ ବିଏମ୍ସି ପକ୍ଷରୁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଦୁଇ ଦୁଇଟି ସମନ୍ବୟ ବୈଠକ ଶେଷ ହୋଇଛି।
ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡ଼ର ମଧ୍ୟ ସେବାୟତଙ୍କୁ ନେଇ ପୃଥକ ପୃଥକ୍ ଭାବେ ଆଲୋଚନା ହୋଇଥିଲା କୋଭିଡ କଟଣାକୁ ଦୃଷ୍ଟିରେ ରଖି ଜାଗର ପାଳନ ନେଇ ବିଏମସି ଦ୍ବାରା ଆବଶ୍ୟକ ପଦକ୍ଷେପମାନ ନିଆଯାଉଛି ।
ରାତି ୧୦ରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ । ଶ୍ରଦ୍ଧାଳୁଙ୍କ ଭିଡକୁ ଦୃଷ୍ଟିରେ ରଖି ବ୍ୟାରିକେଟିଂ, ଟ୍ରାଫିକ, ଅଲୋକିକରଣ ଆଦି ସହ ସାନିଟାଇଜର ବ୍ୟବସ୍ଥା କରାଯାଉଛି। ଭକ୍ତଙ୍କ ପାଇଁ ପାନୀୟ ଜଳର ସୁବିଧା ସାଙ୍ଗକୁ ଲକ୍ଷଣ ଥିବା ବ୍ୟକ୍ତି ବିଶେଷଙ୍କ ପାଇଁ ଟେଷ୍ଟିଂ ବ୍ୟବସ୍ଥା କରାଯାଉଛି । ଚଳିତ ବର୍ଷ ସୁରୁଖୁରୁରେ ଜାଗର ପାଳନ କରିବା ନେଇ ସଭିଙ୍କ ସହଯୋଗ ଲୋଡିଛି ବିଏମସି ।
ସୂଚନାଯୋଗ୍ୟ, ପୂର୍ବରୁ ବିଏମ୍ସୀ ପକ୍ଷରୁ ରାଜଧାନୀ ର ସମସ୍ତ ମନ୍ଦିର ଉପରୁ କୋଭିଡ କଟକଣା ଉଠିଥିଲା ।