
କର୍ଣ୍ଣାଟକ(ସତ୍ୟପାଠ ବ୍ୟୁରୋ): ହିଜାବ ବିବାଦରେ କର୍ଣ୍ଣାଟକ ହାଇକୋର୍ଟରେ ସରିଲା ଶୁଣାଣି । ଏଥିସହ ହାଇକୋର୍ଟର ବୃହତ୍ତ ଖଣ୍ଡପୀଠ ନିଜର ରାୟ ସଂରକ୍ଷିତ ରଖିଛନ୍ତି। ଆଶା କରାଯାଉଛି ଉଚ୍ଚ ନ୍ୟାୟାଳୟ ଆଗାମୀ ସପ୍ତାହର ଆରମ୍ଭରେ ନିଜର ନିଷ୍ପତ୍ତି ଶୁଣାଇ ପାରନ୍ତି। ଆଜି ଶୁଣାଣି ସମୟରେ ସମସ୍ତ ପକ୍ଷ ନିଜର ଅନ୍ତିମ ଦଲିଲ୍ ରଖିଛନ୍ତି। ଏହାରି ଆଧାରରେ କୋର୍ଟ ନିଜର ରାୟ ଶୁଣାଇବେ।
ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଋତୁରାଜ ଅବସ୍ଥିଙ୍କ ନେତୃତ୍ଵାଧୀନ ପୀଠ ସମସ୍ତ ପକ୍ଷଙ୍କୁ ନିଜର ଅନ୍ତିମ ଦଲିଲ ଦୁଇ ଦିନ ଭିତରେ ଲିଖିତ ଆକାରରେ ଦେବାକୁ କହିଛନ୍ତି। ଏହା ପୂର୍ବରୁ ପୀଠ ସମସ୍ତ ଦଲିଲ୍ ଶୁକ୍ରବାର ସୁଦ୍ଧା ସମାପ୍ତ କରିବାକୁ କହିଥିଲେ। ଯହା ଦ୍ଵାରା ମାମଲାର ନିବାରଣ ଶୀଘ୍ର ଶୀଘ୍ର ହୋଇ ପାରିବ। ସେପଟେ ହିଜାବ ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି ।