ସପାରେ ମିଶିଲେ ସ୍ୱାମୀ; ମିଶୁ ମିଶୁ ହିଁ ଯୋଗୀଙ୍କ ବିରୋଧରେ ଓଗାଳିଲେ ବିଷ

ଗୋରଖପୁର(ସତ୍ୟପାଠ ବ୍ୟୁରୋ): ଉତ୍ତରପ୍ରଦେଶରେ ନିର୍ବାଚନ ଯେତିକି ପାଖେଇ ଆସୁଛି, ସେତିକି ରୋଚକ ଘଟଣା ସାମ୍ନାକୁ ଆସୁଛି । ଯେପରି ଉତ୍ତରପ୍ରଦେଶରେ ବର୍ତ୍ତମାନ ଦଳ ପୂରୁଣା ଦଳ ଛାଡ଼ି ନୂଆ ଦଳରେ ମିଶିବା ପରମ୍ପରା ଚାଲିଛି । ଏହା ମଧ୍ୟରେ ଇସ୍ତଫା ଦେବା ପରେ ଲାଇମଲାଇଟରେ ଥିôବା ସ୍ୱାମୀ ପ୍ରସାଦ ମୌର୍ଯ୍ୟ ଅଖିଳେଶଙ୍କ ସରଣକୁ ଯାଇଥିବାର ସୂଚନା ମିଳିଛି । ପଦ୍ମ ଛାଡ଼ି ସେ ସାଇକେଲ ବାଛିଥିବାର କଥା ବର୍ତ୍ତମାନ ସାମ୍ନାକୁ ଆସୁଛି । ସେପଟେ ସ୍ୱାମୀ ପ୍ରସାଦ ମୌର୍ଯ୍ୟ, ଧରମ ସିଂହ ସାଇନିଙ୍କ ସମେତ ଆଠ ଜଣ ବିଦ୍ରୋହୀ ବିଜେପି ବିଧାୟକ ଏସପିରେ ମିଶିବାକୁ ପହଞ୍ଚିଛନ୍ତି । ଏଥିରେ ସ୍ୱାମୀ ପ୍ରସାଦ ମୌର୍ଯ୍ୟ, ମୁକେଶ ଭର୍ମା, ରୋଶନଲାଲ ଭର୍ମା, ଧରମ ସିଂହ ସାଇନି, ବିନୟ ଶାକିୟା, ଭଗବତୀ ସାଗର, ବ୍ରଜେଶ କୁମାର ପ୍ରଜାପତି, ଚେଧୁରୀ ଅମର ସିଂହ ଅଛନ୍ତି ।

ତାଙ୍କ ସହିତ ଅଲି ୟୁସୁଫ ଅଲି, ପୂର୍ବତନ ମନ୍ତ୍ରୀ ରାମହେତ ଭାରତୀଙ୍କ ସମେତ ଅନେକ ନେତା ଏସପିରେ ଯୋଗ ଦେବାକୁ ପହଞ୍ଚିଥିବାର ଦେଖିବାକୁ ମିଳିଛି । ଅନ୍ୟପଟେ ମିଶୁ ମିଶୁ ହିଁ ମୌର୍ଯ୍ୟ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଟାର୍ଗେଟ କରିଥିବାର ଦେଖିବାକୁ ମିଳିଛି । ତେବେ କେଶବ ମୌର୍ଯ୍ୟ ଓ ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କ ନାଁ ନେଇ ବିଜେପି ଉତ୍ତରପ୍ରଦେଶରେ ସରକାର ଗଠନ କରିଥିଲା । ଏପରିକି ଏହି ଦୁଇ ଜଣ ମୁଖ୍ୟମନ୍ତ୍ରୀ ହେବେ ବୋଲି ସମସ୍ତେ ଆଶା ବାନ୍ଧିଥିଲେ ।

କିନ୍ତୁ ଉଭୟଙ୍କ ସହ ଘଟିଲା କଣ ? ବୋଲି ମୌର୍ଯ୍ୟ କହିଥିଲେ । ସେପଟେ ଯୋଗୀ କ୍ୟାବିନେଟରୁ ଇସ୍ତଫା ଦେଇଥିବା ଦାରା ସିଂ ଚୌହାନ ଆଜି ଏସପିରେଯୋଗ ଦେବେ ନାହିଁ । ଜାନୁଆରୀ ୧୬ ତାରିଖରେ ସେ ଏସପିରେ ମିଶିବେ ବୋଲି ସୂଚନା ମିଳିଛି । ବର୍ତ୍ତମାନ ଉତ୍ତରପ୍ରଦେଶରେ ଦଳିତଙ୍କୁ ନେଇ ରାଜନୀତି ହେବାକୁ ଯାଉଛି । ତେବେ ଦେଖିବାର ବିଷୟ ଏଥର ଉତ୍ତରପ୍ରଦେଶରେ କିଏ ବାଜି ମାରୁଛି ।

Related Posts