ବସରେ ଲାଗିଗଲା ନିଆଁ: ୮ ଜଣ ଜୀବନ୍ତ ଦଗ୍ଧ

ବେଙ୍ଗାଲୁରୁ: କର୍ଣ୍ଣାଟକର କାଲାବୁର୍ଗା ଜିଲ୍ଲାର ବିଦାର ଶ୍ରୀରଙ୍ଗପାଟନ ରାଜପଥରେ ଘଟିଯାଇଛି ଏକ ବଡ ଅଘଟଣ | ବସରେ ନିଆଁ ଲାଗି ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁସାରେ,ଏକ ଘରୋଇ ବସ ଗୋଆରୁ ହାଇଦ୍ରାବାଦ ଅଭିମୁଖେ ଯାତ୍ରା କରୁଥିଲା । କର୍ଣ୍ଣାଟକର କାଲାବୁର୍ଗା ଜିଲ୍ଲା କମଲାପୁର ଦେଇ ବସଟି ଯାଉଥିବା ସମୟରେ ବିପରିତ ଦିଗରୁ ଦ୍ରୃତ ଗତିରେ ଆସୁଥିବା ଏକ ଟ୍ରକ ଧକ୍କା ଦେଇଥିଲା । ଫଳରେ ବସଟି ବ୍ରିଜରେ ବାଡେଇ ହୋଇଯିବା ପରେ ନିଆଁ ଲାଗିଯାଇଥିଲା ।

ବସରେ ୮ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତେବେ ସମସ୍ତ ମୃତକ ହାଇଦ୍ରାବାଦର ବୋଲି ଜଣାପଡିଛି ।

ତେବେ ଏନେଇ ଖବର ପାଇବା ପରେ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ପରେ ସ୍ଥାନୀୟ ଲୋକଙ୍କ ସହାୟତା ଘଟଣାସ୍ଥଳରୁ ୧୨ ଜଣଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ, ବସରେ ୩୫ ଜଣ ଯାତ୍ରୀ ଥିବା ସୂଚନା ମିଳିଛି ।

Related Posts