ଓଡ଼ିଶାରେ ପର୍ଯ୍ୟଟନର ବିକାଶ ପାଇଁ କେନ୍ଦ୍ରସରକାର ନେଲେ ବଡ଼ ପଦକ୍ଷେପ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଓଡ଼ିଶାରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଏକ ନୂଆ କାର୍ଯ୍ୟ ଆରମ୍ଭ ହୋଇଛି । ତେବେ ପର୍ୟ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ ଭାରତ ସରକାର ପବ୍ଲିକ-ବେସରକାରୀ ଭାଗିଦାରୀ ମୋଡରେ ଲାଇଟହାଉସର ବିକାଶ ପାଇଁ କାର୍ୟ୍ୟ ଆରମ୍ଭ କରିଛନ୍ତି। ଏନେଇ ରାଜ୍ୟସଭାରେ ଏକ ଲିଖିତ ଉତ୍ତରରେ କେନ୍ଦ୍ର ବନ୍ଦର, ପରିବ÷ନ ଓ ଜଳପଥ ମନ୍ତ୍ରୀ ସରବାନନ୍ଦ ସୋନେୱାଲା କହିଛନ୍ତି ଯେ ବିକାଶ ପାଇଁ ଓଡିଶାର ୪ ଟି ଜିଲ୍ଲାରେ ଅବସ୍ଥିତ ପାଞ୍ଚଟି ଲାଇଟହାଉସକୁ ଚିହ୍ନଟ କରାଯାଇଛି।

ଏହି ତାଲିକାରେ ଗଞ୍ଜାମର ଗୋପାଳପୁର ଲାଇଟହାଉସ, ପୁରୀ ଲାଇଟହାଉସ, ଚନ୍ଦ୍ରଭାଗା ଲାଇଟହାଉସ, ପାରାଦୀପ ଲାଇଟହାଉସ ଏବଂ କେନ୍ଦ୍ରାପଡା ଜିଲ୍ଲାର ଲାଇଟହାଉସ ରହିଛି। ସେପଟେ ଉପରୋକ୍ତ ଲାଇଟହାଉସ୍ ପାଇଁ ପ୍ରକଳ୍ପ ଉପାଦାନଗୁଡିକ ଚୂଡାନ୍ତ ହୋଇଛି ଏବଂ କୋଷ୍ଟାଲ୍ ରେଗୁଲେସନ୍ ଜୋନ୍ କ୍ଲିୟରାନ୍ସ ଏବଂ ଅନ୍ୟାନ୍ୟ ସ୍ଥାନୀୟ ସଂସ୍ଥାଗୁଡ଼ିକ ପାଇଁ ରାଜ୍ୟ କୋଷ୍ଟାଲ୍ ଜୋନ୍ ମ୍ୟାନେଜମେଣ୍ଟ ଅଥରିଟିରୁ ଆବଶ୍ୟକ କ୍ଲିୟରାନ୍ସ ନିଆଯାଇଛି ।

Related Posts