ଓଟିଟିରେ ରିଲିଜ୍‌ ହେବ ଡାର୍ଲିଂସ୍‌, ନେଟ୍‌ଫ୍ଲିକ୍ସ ସହ ୮୦ କୋଟିର ଡିଲ୍‌

ମହାମାରୀ କରୋନା ସାରା ବିଶ୍ବରେ ଭୟଂକର ସ୍ଥିତି ସୃଷ୍ଟି କରିଥିବା ବେଳେ, ଏହାର ପ୍ରଭାବ ଫିଲ୍ମ୍ ଜଗତରେ ମଧ୍ଯ ପଡ଼ିଛି । କରୋନା ସଂକ୍ରମଣ ଅଧିକ ବଢିବା ଭୟରେ ଫିଲ୍ମ ହଲ୍‌ ବନ୍ଦ ହୋଇଯାଇଥିଲା । ଯାହାକୁ ନେଇ ଫିଲ୍ମ୍ ନିର୍ମାତାଙ୍କୁ ଅଧିକ କ୍ଷତି ସହିବାକୁ ପଡ଼ିଛି । ଏଥିପାଇଁ ଅନେକ ଫିଲ୍ମ ମଧ୍ୟ ସ୍ଥଗିତ ହୋଇ ରହିଛି । ଏହାକୁ ନେଇ କଳାକାର ମାନେ ଏବେ ଓଟିଟି ପ୍ଲାଟଫର୍ମରେ ପାଦ ଦେଇଛନ୍ତି । ବଡ଼ ବଡ଼ ଫିଲ୍ମକୁ ଓଟିଟିରେ ପ୍ରତିଯୋଗିତା ଆରମ୍ଭ ହୋଇଛି। ଖାସ୍‌ କରି ବଡ଼ ବଡ଼ ଷ୍ଟାରଙ୍କ ଫିଲ୍ମ ତଥା ସେମାନଙ୍କ ନାଁ ଯୋଡ଼ି ହୋଇଥିବା ଫିଲ୍ମ ନେଇ କିଣିବାକୁ ଓଟିଟି ପ୍ଳାଟଫର୍ମ ଆଗ୍ରହ ପ୍ରକାଶ କରୁଛି। ଏମିତି କିଛି ଶାହାରୁଖ ଖାନ୍‌ ଓ ଆଲିଆ ଭଟ୍ଟଙ୍କ ଫିଲ୍ମ ଡାର୍ଲିଂସ (Darlings)କୁ ନେଇ ମଧ୍ୟ ହୋଇଛି। ଏହି ଫିଲ୍ମକୁ ଶାହାରୁଖ ଓ ଆଲିଆଙ୍କ ପ୍ରଡକ୍ସନ୍‌ ତିଆରି କରୁଛି। ଏହି ଫିଲ୍ମକୁ ଏବେ ହଲ୍‌ରେ ରିଲିଜ୍‌ ନ କରି ଓଟିଟିରେ ରିଲିଜ୍‌ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏଣୁ ଏବେ ନେଟ୍‌ଫ୍ଲିକ୍ସରେ ଏହାକୁ ଲଞ୍ଚ୍‌ କରାଯିବ।

ମିଡିଆ ରିପୋର୍ଟ ଅନୁଯାୟୀ, ଡାର୍କ କମେଡି ଫିଲ୍ମ ଡାର୍ଲିଂସ୍‌କୁ ଓଟିଟିରେ ରିଲିଜ୍‌ କରାଯିବ। ଏହି ଫିଲ୍ମର ଷ୍ଟ୍ରିମିଂ ରାଇଟ୍ସକୁ ନେଟ୍‌ଫ୍ଲିକ୍ସରେ ୮୦ କୋଟିରେ କିଣା ଯାଇଛି। ଫିଲ୍ମରେ ଉଭୟ ଆଲିଆ ଭଟ୍ଟ ଓ ଶାହାରୁଖ ଖାନ୍‌ ପ୍ରଯୋଜନା କରିଛନ୍ତି। ଡାର୍ଲିଂସ୍‌ରେ ଆଲିଆ ଭଟ୍ଟ, ଶେଫାଲୀ ଶାହ, ବିଜୟ ବର୍ମା ଓ ରୋଶନ ମେଥ୍ୟୁ ଲିଡ୍‌ ରୋଲ୍‌ରେ ନଜର ଆସିବେ। ଏହି ଫିଲ୍ମରେ ନିର୍ଦ୍ଦେଶନା ଦେଇଛନ୍ତି ଜୟମୀତ କେ ରିନ୍‌। ମା’-ଝିଅଙ୍କ ସମ୍ପର୍କକୁ ନେଇ ଏହି ଫିଲ୍ମକୁ ପ୍ରସ୍ତୁତ କରାଯାଇଛି। ଏଥିରେ ଆଲିଆ ଭଟ୍ଟ ଝିଅ ହୋଇଥିବା ବେଳେ ଶେଫାଲୀ ଶାହ ମା’ ଭୂମିକାରେ ନଜର ଆସିଛନ୍ତି ।

Related Posts