ପ୍ରତ୍ୟେକ ଜିନିଷକୁ ମହଙ୍ଗା କରି କେନ୍ଦ୍ର ସରକାର କୃଷକ ଆନ୍ଦୋଳନର ପ୍ରତିଶୋଧ ନେଉଛନ୍ତି: କଂଗ୍ରେସ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦିନକୁ ଦିନ ଦେଶରେ ତୈଳ ଦର ହୁ ହୁ ହୋଇ ବଢ଼ିବାରେ ଲାଗିଛି । ଏହା ମଧ୍ୟରେ କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଥିବାର ଦେଖିବାକୁ ମିଳିଛି । ତେବେ ଏହି ଦେଶରେ ମହଙ୍ଗାଇ ଏବେ ଏକ ଇଭେଣ୍ଟରେ ପରିଣତ ହୋଇଛି। ଦେଶ ମହଙ୍ଗା ମୋଦୀ ମାଡରେ ଅସ୍ତବ୍ୟସ୍ତ। ବିଜେପିର ନିର୍ବାଚନ ବିଜୟ ଲୁଟ୍ର ଲାଇସେନ୍ସରେ ପରିଣତ ହୋଇ ଯାଇଛି। ଏପ୍ରିଲ ୧ରୁ ଯେଉଁ ଦରବୃଦ୍ଧି ବଢିଛି, ସେଥିରେ ଜନତାଙ୍କ ଉପରେ ୧,୨୫,୪୦୭ କୋଟି ଟଙ୍କାର ବୋଝ ପଡିବ। କେନ୍ଦ୍ର ସରକାର କୃଷକ ଆନ୍ଦୋଳନର ପ୍ରତିଶୋଧ ନେଉଛନ୍ତି। ଡିଏପି ସାର ବସ୍ତା ପିଛା ୧୫୦ ଟଙ୍କା ବଢିଥିବା କଂଗ୍ରେସ କହିଛି। କଂଗ୍ରେସ ମୁଖପାତ୍ର ଦାବି କରିଛନ୍ତି ଯେ, ପେଟ୍ରୋଲ, ଡିଜେଲ୍ ଏବଂ ରୋଷେଇ ଗ୍ୟାସ୍ ଦର ଦାମ ବୃଦ୍ଧିରୁ ସରକାର ପ୍ରାୟ ଏକ ଲକ୍ଷ କୋଟି ଟଙ୍କା ଆୟର କରି ସାରିଛନ୍ତି।

ଟୋଲ୍ ବୃଦ୍ଧି କାରଣରୁ ସାଧାରଣ ଜନତାଙ୍କ ଉପରେ ୬୧୨୦ ଟଙ୍କାର ଅତିରିକ୍ତ ବୋଝ ବଢିବ। ଏପ୍ରିଲ ୧ରୁ ପ୍ରାୟ ୮୦୦ ଜରୁରୀ ଔଷଧର ଦାମରେ ୧୦.୭ ପ୍ରତିଶତ ବୃଦ୍ଧି ଘଟିଛି। ଅନୁମାନ କରାଯାଉଛି, ଔଷଧର ଦାମ ବଢିବାରୁ ସାଧାରଣ ଲୋକଙ୍କୁ ୧୦ ହଜାର ଟଙ୍କା ଅତିରିକ୍ତ ଖର୍ଚ୍ଚ କରିବାକୁ ପଡିବ। ଏପରିକି ଗତ ୧୨ ଦିନରେ ତେଲ ଦାମ ୭.୨୦ ଟଙ୍କା ବଢି ସାରିଛି ବୋଲି ସୁରଜେଓ୍ଵାଲା କହିଛନ୍ତି।

Related Posts