୯ଟି ଜିଲ୍ଲାର ଚାଉଳର ଗୁଣାତ୍ମକମାନ ଏବଂ ବିତରଣ ବ୍ୟବସ୍ଥାର ସମୀକ୍ଷା କରିବ କେନ୍ଦ୍ରୀୟ ଟିମ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ୯ଟି ଜିଲ୍ଲାର ଚାଉଳର ଗୁଣାତ୍ମକମାନ ଏବଂ ବିତରଣ ବ୍ୟବସ୍ଥାର ସମୀକ୍ଷା କରିବ କେନ୍ଦ୍ରୀୟ ଟିମ । ସମ୍ବଲପୁର ଏବଂ ଟିଟିଲାଗଡ଼ ଡିଭିଜନ ଅନ୍ତର୍ଗତ ପଶ୍ଚିମ ଓଡ଼ିଶାର ୯ଟି ଜିଲ୍ଲାର ଚାଉଳର ଗୁଣାତ୍ମକମାନ ଏବଂ ବିତରଣ ବ୍ୟବସ୍ଥାର ସମୀକ୍ଷା କରିବ କେନ୍ଦ୍ରୀୟ ଟିମ୍ ବୋଲି ସୂଚନା ମିଳିଛି । ଆସନ୍ତାକାଲି ଠାରୁ ୨୦ ତାରିଖ ପର୍ୟ୍ୟନ୍ତ ଟିମ୍ ଏହି ଅଞ୍ଚଳ ସବୁ ବୁଲିବ ବୋଲି କହିଛନ୍ତି ଓଡ଼ିଶା ରାଜ୍ୟ ଯୋଗାଣ ନିଗମର ପରିଚାଳନା ନିର୍ଦେଶକ ବିଶ୍ବଜିତ ଦାସ।

ସେପଟେ ଖାଦ୍ୟ ଏବଂ ସାଧାରଣ ବିତରଣ ବିଭାଗ ସହକାରୀ ନିର୍ଦେଶକ ପ୍ରୀତି ଶୁକ୍ଳାଙ୍କ ନେତୃତ୍ବରେ ଗଠିତ ଟିମ୍ ଏଫସିଆଇ, ରାଇସ୍ ମିଲ୍, ରାସନ ଦୋକାନ ବୁଲି ଦେଖିବେ ବୋଲି ସୂଚନା ମିଳିଛି । ପୂର୍ବରୁ ଏହି ଟିମ୍ ଯାଜପୁର, କେନ୍ଦ୍ରାପଡ଼ା, କଟକ ସମେତ ବିଭିନ୍ନ ଅଞ୍ଚଳ ବୁଲି ଚାଉଳର ଗୁଣାତ୍ମକମାନ ଦେଖିଥିଲେ। ଏହି ଅବସରରେ ନିମ୍ନମାନର ଚାଉଳ ବିତରଣ ଲୋକଲୋଚନକୁ ଆସିଥିଲା। ଅନେକ ତଳିଆ କର୍ମଚାରୀ ନିଲମ୍ବିତ ମଧ୍ୟ ହୋଇଥିଲେ।

Related Posts