ମମିତା ମେହେର ମାମଲା; ନବୀନ ନିବାସ ଘେରାଉ କରିବାକୁ ଯାଉଥିବାବେଳେ ମୁହାଁମୁହିଁ ହେଲେ ପୁଲିସ ଓ ବିଜେପି କର୍ମୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଜ୍ୟରେ ଥମୁନି ମମିତା ମେହେର ପ୍ରସଙ୍ଗ । ସେପଟେ ଏହି ଘଟଣାକୁ ଦୀର୍ଘ ୧୨୦ ଦିନ ବିତିଯାଇଥିଲେ ମଧ୍ୟ ମମିତା ମେହେରଙ୍କୁ ଏପର୍ଯ୍ୟନ୍ତ ନ୍ୟାୟ ମିଳିପାରୁ ନାହିଁ । ଏପରିକି ଦୋଷୀକୁ ଜାଣିଶୁଣି ଖସାଇଦେବାକୁ ଉଦ୍ୟମ ହେଉଛି ବୋଲି ବିଜେପି ପକ୍ଷରୁ ଅଭିଯୋଗ ହୋଇଛି। ଏଥିଲାଗି ରାଜଧାନୀର ରାଜମହଲ ଛକରୁ ନବୀନ ନିବାସ ଅଭିମୁଖେ ବିଜେପିର ରାଲି ବାହାରିଛି। ମୁଖ୍ୟମନ୍ତ୍ରୀଙ୍କୁ ଜବାବ ମାଗିବା ସହ ମମିତା ମେହେରଙ୍କୁ ନ୍ୟାୟ ଦାବି କରି ଆରମ୍ଭ ହୋଇଛି ଏହି ରାଲି। ଭୁବନେଶ୍ୱର ଜିଲ୍ଲା ବିଜେପି ସଭାପତି ବାବୁ ସିଂଙ୍କ ନେତୃତ୍ୱରେ ନବୀନ ନିବାସ ଅଭିମୁଖେ ଶହଶହ ବିଜେପି ନେତା ଓ କର୍ମୀ ଯାଉଥିଲେ ।

କିନ୍ତୁ ଶିଶୁଭବନ ଛକରେ ପୁଲିସ ବାରିକେଡ୍ କରି ରାଲିକୁ ଅଟକାଇବାରୁ ବିଜେପି କର୍ମୀ ଓ ପୁଲିସ ମୁହାଁମୁହିଁ ହୋଇଥିବାର ସୂଚନା ମିଳିଛି। ଅନ୍ୟପଟେ ଦଳ ପକ୍ଷରୁ କୁହାଯାଇଛି, ମମିତା ମେହେରଙ୍କ ହତ୍ୟା ଘଟଣାକୁ ୬ ମାସ ବିତିଯାଇଥିଲେ ବି କିଛି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ସରକାରଙ୍କ ପ୍ରତିଶ୍ରୁତି ପାଣିର ଗାର ପାଲଟିଥିବାରୁ ଏହାର ପ୍ରତିବାଦରେ ପୁଣି ଏଭଳି ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯାଇଛି।

Related Posts