
(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଟିକା ନେବା ପରେବି ସଂକ୍ରମଣ ର ସମ୍ଭାବନାକୁ ଏଡ଼ାଇଦେଇ ହେବନି । କିନ୍ତୁ ଏହା ବିଶେଷ କ୍ଷତି କରିବା ନାହିଁ | ସ୍ୱାସ୍ଥ୍ୟବସ୍ଥା ଜଟିଳ ହେବ ନାହିଁ |ସଂକ୍ରମିତ ମାନେ ଗୁରୁତର ହେବାର ସମ୍ଭାବନା କ୍ଷୀଣ ରହିବ | ଆଜି ରାଜ୍ୟ ସରକାରଙ୍କ କୋଭିଡ୍-୧୯ ବୈଷୟିକ ପରାମର୍ଶଦାତା ଡ.ଜୟନ୍ତ ପଣ୍ଡା ପ୍ରତିକ୍ରିୟା ଦେଇ ଏହା କହିଛନ୍ତି । ଓଡିଶା ସରକାରଙ୍କ ତରଫରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସେ କହିଛନ୍ତି ,କରୋନା ର ଦ୍ୱିତୀୟ ଲହର ଗତ ବର୍ଷର ପ୍ରଥମ ଲହର ତୁଳନାରେ ଅଧିକ ବିପଦଜନକ ଓ ସଂକ୍ରାମକ । ୨ୟ ଲହର ସଂକ୍ରମଣ ପ୍ରଥମ ଲହର ତୁଳନାରେ ଖୁବ ଭୟଙ୍କର ଓ ପୀଡାଦାୟକ । ଏହି ଲହର କାହାକୁ ବାଦ୍ ଦେଉନି ସବୁ ବର୍ଗର ଜନସାଧାରଣଙ୍କୁ ସଂକ୍ରମିତ କରୁଛି ।ଶିଶୁ ଓ ଯୁବବର୍ଗ ମଧ୍ୟ ଏଥିରୁ ବାଦ୍ ପଡୁ ନାହାନ୍ତି । ଆହୁରି କହିଛନ୍ତି ଏହି ଭୂତାଣୁ ବାୟୁମଣ୍ଡଳରେ ଅଧିକ ସମୟ ରହୁଛି । ତେଣୁ ଆପଣମାନେ ନିଜ ଗୃହ ଅବା କାର ଭିତରେ କୌଣସି ସ୍ଥାନକୁ ଯାତାୟାତ କରୁଥିଲେ ମୁଖ ମଣ୍ଡଳ କୁ ଭଲଭାବେ ଆବରଣ କରି ଯାଆନ୍ତୁ । ଏବଂ ମାସ୍କ ପରିଧାନ କରୁଥିବା ବ୍ୟକ୍ତିବିଶେଷ ମାନେ ଦୁଇଟି ମାସ୍କ ପିନ୍ଧନ୍ତୁ ,ଯାହାଦ୍ୱାରା ଅଦୃଶ୍ୟ ଭୂତାଣୁ କବଳରୁ ରକ୍ଷା ପାଇପାରିବେ । ସେହିପରି ଯଦି ଆପଣଙ୍କ ଶରୀରରେ କରୋନା ସଂକ୍ରମିତ ହେବାର କୌଣସି ଲକ୍ଷଣ ଦେଖାଦିଏ ତେବେ ବିଳମ୍ବ ନକରି ନିଜକୁ ସଂଗରୋଧ କରିବା ସହ ସଂକ୍ରମଣ ଯେପରି ଘର ଲୋକଙ୍କୁ ନ ବ୍ୟାପିବ ସେଥିପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ