ଭୋଟ ଦେବାକୁ ପଦ୍ମପୁରବାସୀଙ୍କୁ ଅପିଲ୍ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆଜି ପଦମପୁର ଉପନିର୍ବାଚନକୁ ନେଇ ଆରମ୍ଭ ହୋଇଯାଇଛି ମତଦାନ ପକ୍ରିୟା । ମତଦାନ ସାବ୍ୟସ୍ତ କରୁଛନ୍ତି ଭୋଟର । ସେପଟେ ଭୋଟ ଦେବାକୁ ଅପିଲ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୋଟ ଦେବାକୁ ପଦ୍ମପୁରବାସୀଙ୍କୁ ଅପିଲ୍ କରିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ କହିଛନ୍ତି ମତଦାନ ଆପଣଙ୍କର ମୌଳିକ ଅଧିକାର ।

ଆପଣଙ୍କ ପ୍ରତିଟି ଭୋଟ୍ ଗଣତନ୍ତ୍ରକୁ ଆହୁରି ମଜବୁତ କରିବାରେ ସହାୟକ ହେବ । ଜଣେ ସଚେତନ ନାଗରିକ ଭାବେ ମତଦାନ କରନ୍ତୁ ।

ପଦମପୁର ଉପନିର୍ବାଚନରେ ନିଜ ମତାଧିକାର ସାବ୍ୟସ୍ତ କରନ୍ତୁ । ବିପୁଳ ସଂଖ୍ୟାରେ ମତଦାନ ପାଇଁ ସମସ୍ତଙ୍କୁ ଉତ୍ସାହିତ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Related Posts