ଆଜିଠୁ 5 ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜିଠୁ ୫ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ । ଆଜିଠୁ ଯାଇ ମେ 3 ତାରିଖରେ ଓଡିଶା ଫେରିବେ ମୁଖ୍ୟମନ୍ତ୍ରୀ । ଗତ 3 ମାସ ମଧ୍ୟରେ ଦ୍ଵିତୀୟ ଥର ଲାଗି ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତରେ ଯାଉଥିବାରୁ ବିଭିନ୍ନ ଚର୍ଚ୍ଚା ସୃଷ୍ଟି ହୋଇଛି ।

ରାଷ୍ଟ୍ରପତି ଓ ରାଜ୍ୟସଭା ନିର୍ବାଚନ ଅବ୍ୟାହତ ପୂର୍ବରୁ ନବୀନଙ୍କ ଦିଲ୍ଲୀ ଗସ୍ତ ବହୁ ଗୁରୁତ୍ବ ବହନ କରୁଛି । ତେବେ ସେ ରାଜ୍ୟର ସ୍ବାର୍ଥ ଲାଗି କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରୀଙ୍କ ସହିତ ବୈଠକ କରିବେ ବୋଲି ଜଣାପଡିଛି । କେନ୍ଦ୍ର ସରକାରଙ୍କ ଉପରେ ରାଜ୍ୟର ବକେୟା ଟଙ୍କା ପଡି ରହିଛି । ସେସ, ଜିଏସଟି ଓ ଅନ୍ୟାନ୍ୟ ବାବଦରେ ପ୍ରାୟ 50 ହଜାର କୋଟି ଟଙ୍କା ବକେୟା କେନ୍ଦ୍ର ସରକାର ଉପରେ ପଡିରହିଛି । ଏହାସହ ଅନ୍ୟାୟ ପ୍ରସଙ୍ଗରେ ମଧ୍ୟ ବିଭିନ୍ନ କେନ୍ଦ୍ରମନ୍ତ୍ରୀଙ୍କ ସହ ଆଲୋଚନା କରିପାନ୍ତି ନବୀନ |

ଏପ୍ରିଲ ୩୦ ତାରିଖରେ ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ମୁଖ୍ୟମନ୍ତ୍ରୀ ଓ ହାଇକୋର୍ଟ ମୁଖ୍ୟ ବିଚାରପତିମାନଙ୍କ ସମ୍ମିଳନୀ ହେବ । ଏଥିରେ ଯୋଗଦେବେ ନବୀନ । ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମାଦୀ ଓ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ରମନ୍ନା ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

ମେ ୧ରେ କୌଣସି ସରକାରୀ କାର୍ଯ୍ୟକ୍ରମ ନଥିବାବେଳେ ୨ତାରିଖରେ କେନ୍ଦ୍ର ସରକାରଙ୍କ ଅନୁମତି ଅପେକ୍ଷାରେ ଦୀର୍ଘ ଦିନ ହେଲା ପଡ଼ି ରହିଥିବା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିବେ । କିଛି କେନ୍ଦ୍ରମନ୍ତ୍ରୀ ମଧ୍ୟ ନବୀନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଏହାପରେ ୩ତାରିଖ ଅପରାହ୍ନ ୧ଟା ୩୦ରେ ଭୁବନେଶ୍ବର ଫେରିବାର କାର୍ଯ୍ୟକ୍ରମ ଅଛି । ସୂଚନାଯୋଗ୍ୟ ଯେ, ୨୦୧୬ ପରେ ପ୍ରଥମ ଥର ଏପରି ସମ୍ମିଳନୀ ହେବାକୁ ଯାଉଛି ।

Related Posts