ବିସ୍ଫୋରଣରେ ଥରିଲା ଉତ୍ତର ଆଫଗାନିସ୍ତାନ: ୯ ମୃତ, ୧୩ ଆହତ

କାବୁଲ: ଉତ୍ତର ଆଫଗାନିସ୍ତାନର ବାଲଖ ପ୍ରଦେଶର ରାଜଧାନୀ ମଜାର-ଇ-ସରିଫରେ ବିସ୍ଫୋରଣ | ଫଳରେ ଏହି ଘଟଣାରେ ୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ, ୧୩ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆହତଙ୍କ ମଧ୍ୟରେ କିଛି ଗୁରୁତର ଥିବା ହେତୁ ମୃତ୍ୟୁ ସଂଖ୍ୟା ଆହୁରି ବଢିବା ନେଇ ମଧ୍ୟ ଆଶଙ୍କା କରାଯାଉଛି ।

ସୂଚନା ଅନୁସାରେ, ବାଲଖ ପ୍ରଦେଶର ରାଜଧାନୀ ମଜାର-ଇ-ସରିଫ(Mazar-e-Sharif)ରେ ଦୁଇଟି ବିସ୍ଫୋରଣ ହୋଇଛି । ସେଠାରେ ଥିବା ଦୁଇଟି ଗାଡିରେ ପ୍ରଥମେ ବିସ୍ଫୋରଣ ହୋଇଥିଲା ବୋଲି ପୋଲିସ ମୁଖପାତ୍ର ମହମ୍ମଦ ଆସିଫ ୱାଜିରି କହିଛନ୍ତି । ତେବେ, ଏ ବିସ୍ଫୋରଣ କିଏ କରିଛି ଓ କାହିଁକି କରିଛି ସେନେଇ ଏ ପର୍ଯ୍ୟନ୍ତ କୈଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ ।ତେବେ ବିସ୍ଫୋରଣ ପରେ ଉକ୍ତ ଅଞ୍ଚଳକୁ ତାଲିବାନୀ ସୁରକ୍ଷା କର୍ମୀ ଘେରି ରହିଛନ୍ତି । ସେପଟେ ଏହି ଅଞ୍ଚଳର ବାସିନ୍ଦା କହିଛନ୍ତି ଯେ ଶିଆ ସଂଖ୍ୟାଲଘୁ ହାଜାରା ଜାତିର ସଦସ୍ୟମାନେ ଏହାକୁ ଟାର୍ଗେଟ କରୁଥିବା ସନ୍ଦେହ କରାଯାଉଛି । ଗତ ସପ୍ତାହରେ ମଧ୍ୟ ଉତ୍ତର ଆଫଗାନିସ୍ତାର ଏକ ମସଜିଦ ଓ ସ୍କୁଲରେ ଭୟଙ୍କର ବିସ୍ଫୋରଣ ହୋଇଥିଲା । ଏଥିରେ ପ୍ରାୟ ୩୩ ଜଣ ଶିଆ ଉପାସକଙ୍କ ମୃତ୍ୟୁ ହୋଇଥିଲା |

Related Posts