ନବରଙ୍ଗପୁରରେ କରୋନା ସ୍ଥିତିକୁ ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର: ରାଜ୍ୟରେ କ ରୋ ନା ସଂକ୍ରମଣ ଥମିବାର ନାଁ ନେଉନି । ଏନେଇ ଗତକାଲି ସାରା ରାଜ୍ୟରେ ଲକ ଡା ଉ ନ ଅବଧିକୁ ବୃଦ୍ଧି ମଧ୍ୟ କରାଯାଇଛି । କ ରୋ ନା କୁ ସମୀକ୍ଷା କରିବା ପାଇଁ ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ନବରଙ୍ଗପୁର ଜିଲ୍ଲାକୁ ଗସ୍ତ କରିଛନ୍ତି । ତାଙ୍କ ସହିତ ଅତିରିକ୍ତ ସ୍ୱାସ୍ଥ୍ୟ ସଚିବ ପ୍ରଦୀପ କୁମାର ମହାପାତ୍ର ମଧ୍ୟ ଥିବାର ସୂଚନା ମିଳିଛି ।
ତେବେ ଏକ ସ୍ୱତନ୍ତ୍ର ହେଲିକେପ୍ଟ ଯୋଗେ ମୁଖ୍ୟ ଶାସନ ସଚିବ ଓ ଅତିରିକ୍ତ ସ୍ୱାସ୍ଥ୍ୟ ସଚିବ ନବ ରଙ୍ଗ ପୁର ଗସ୍ତ କରିଥିଲେ । ଏହାପରେ ନବରଙ୍ଗପୁର ଜିଲ୍ଲାର ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ର, ଜିଲ୍ଲାର ଏସ୍‌ପି ପ୍ରହ୍ଲାଦ ସାହାଇ ମିନା ଓ ନବରଙ୍ଗପୁର ସି଼ଡିଏମ୍‌ଓ ଶୋଭାରଣୀ ମିଶ୍ରଙ୍କ ସହ ଜିଲ୍ଲାର କୋଭିଡ ପରିସ୍ଥିତି ଉପରେ ସମୀକ୍ଷା କରିଥିଲେ । ଏହା ସହ ଜିଲ୍ଲାର କୋଭିଡ ହସ୍ପିଟାଲକୁ ଯାଇ ସେଠାକାର ସ୍ଥିତି ପରଖିଥିଲେ। ଅନ୍ୟପଟେ ନବରଙ୍ଗପୁର ଜିଲ୍ଲାରେ ଆର୍‌ଟିପିସିଆର୍‌ ଟେଷ୍ଟ ମେସିନ ପହଞ୍ଚିଥିବାର ସୂଚନା ମିଳିଛି। ଯାହାଫଳରେ ଜିଲ୍ଲାରେ ଗୋଟିଏ ଦିନରେ ପ୍ରାୟ ୬ ଶହ କୋଭିଡ ପରୀକ୍ଷା ସମ୍ଭବ ହେବ ବୋଲି ଅନୁମାନ କରାଯାଉଛି । କେବଳ ଏତିକି ନୁହେଁ ବରଂ ଖୁବ ଶୀଘ୍ର ନବରଙ୍ଗପୁର ଜିଲ୍ଲାରେ ଅକ୍ସିଜେନ ପ୍ଲାଣ୍ଟ ଖୁବଶୀଘ୍ର ତିଆରି କରିବା ସହ ଜିଲ୍ଲାକୁ ୧୦ ହଜାର ଭ୍ୟାକ୍‌ସିନ୍‌ ଦିଆଯିବ ବୋଲି ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର କହିଛନ୍ତି। ମୁଖ୍ୟଶାସନ ସଚିବ ନବରଙ୍ଗପୁର ଜିଲ୍ଲା ଗସ୍ତ କରିବା ପୂର୍ବରୁ ଜୟପୁର ଗସ୍ତକରି ସେଠାକାର କ ରୋ ନା ସ୍ଥିତି ସମୀକ୍ଷା କରିଥିଲେ।
ଅନ୍ୟପଟେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୮୩୧୩ ଜଣ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୫ ଜଣ କରୋନାରେ ସଂକ୍ରମିତ ହୋଇ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୭୫୪କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ସର୍ବାଧିକ ୫ଜଣ ରହିଥିବା ର ସୂଚନା ମିଳିଛି ।

Related Posts