ସେଣ୍ଟ୍ରାଲ ଭିଷ୍ଟା ନିର୍ମାଣ କାର୍ଯ୍ୟ ଉପରେ ରୋକ୍ ଲଗାଇବାକୁ ମନା କଲେ ଦିଲ୍ଲୀ ହାଇକୋର୍ଟ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କୋଭିଡ ମହାମାରୀ ସମୟରେ ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ବନ୍ଦ କରିବାକୁ ହୋଇଥିବା ଯାଚିକାକୁ ଆଜି ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେଇଛନ୍ତି। ଏହା ସହ ଅଦାଲତ ଆବେଦନକାରୀଙ୍କ ଉପରେ ଏକ ଲକ୍ଷ ଟଙ୍କା ଜୋରିମାନା ଲଗାଇଛନ୍ତି । ପ୍ରଧାନ ବିଚାରପତି ଡି.ଏନ୍ ପଟେଲ ଏବଂ ଜଷ୍ଟିସ୍ ଜ୍ୟୋତି ସିଂଙ୍କ ଏକ ବେଞ୍ଚ ଉଭୟ ପକ୍ଷର ଶୁଣାଣି ପରେ ମେ ୧୭ ତାରିଖରେ ରାୟ ସଂରକ୍ଷିତ ରଖିଥିଲେ। ଏହି ଆବେଦନକୁ କେନ୍ଦ୍ର ସରକାର ବିରୋଧ କରି କହିଛନ୍ତି ଯେ ଜନସ୍ୱାର୍ଥ ମାମଲା (ପିଆଇଏଲ) ଆବେଦନ ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ବନ୍ଦ କରିବା ପାଇଁ ଚେଷ୍ଟା କରାଯାଉଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେରା ଯୁକ୍ତି ବାଢିଥିଲେ ଯେ ଏହି ମାମଲାରେ ଆବେଦନକାରୀଙ୍କ ଦ୍ୱାରା ଉଠାଯାଇଥିବା ପ୍ରଶ୍ନ “ଅତ୍ୟନ୍ତ ଚୟନାତ୍ମକ ” । ସେ ପ୍ରଶ୍ନ କରିଛନ୍ତି ଯେ ସହରରେ ଚାଲିଥିବା ଅନ୍ୟ ନିର୍ମାଣ କାର୍ଯ୍ୟର ଶ୍ରମିକମାନଙ୍କ ପାଇଁ ଆବେଦନକାରୀମାନେ କାହିଁକି ଚିନ୍ତା କରୁନାହାଁନ୍ତି। ଏହା ମଧ୍ୟରେ ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଶନିବାର ଦିନ କର୍ଫ୍ୟୁ ଅବଧି ସମୟରେ କଣ୍ଟେଣ୍ଟମେଣ୍ଟ ଜୋନ୍ ବାହାରେ ସେମାନଙ୍କ କାର୍ଯ୍ୟକ୍ଷେତ୍ରରେ ନିର୍ମାଣ କାର୍ଯ୍ୟକୁ ଅନୁମତି ଦିଆଯାଇଛି। ଅନୁବାଦକ ଅନ୍ୟା ମାଲହୋତ୍ରା ଏବଂ ଐତିହାସିକ ତଥା ଡକ୍ୟୁମେଣ୍ଟାରୀ ଚଳଚ୍ଚିତ୍ର ନିର୍ମାତା ସୋହେଲ ହାଶମୀଙ୍କ ମିଳିତ ଆବେଦନର ଶୁଣାଣିକୁ କୋର୍ଟ ମଇ ୧୭ ରେ ସଂରକ୍ଷିତ ରଖିଥିଲେ। ଉଭୟ ସେମାନଙ୍କ ଆବେଦନରେ ଯୁକ୍ତି ଦର୍ଶାଇଥିଲେ ଯେ କୋଭିଡ ମହାମାରୀ ସମୟରେ ଏହି ପ୍ରକଳ୍ପ ଏକ ଆବଶ୍ୟକୀୟ କାର୍ଯ୍ୟ ନୁହେଁ ଏବଂ ଏହାକୁ କିଛି ସମୟ ପାଇଁ ବନ୍ଦ କରିହେବ । ଆବେଦନକାରୀଙ୍କ ଓକିଲ ବରିଷ୍ଠ ଆଡଭୋକେଟ୍ ସିଦ୍ଧାର୍ଥ ଲୁଥ୍ରା କହିଥିଲେ ଯେ ଯାଚିକାକର୍ତ୍ତା ଦିଲ୍ଲୀର ଦିଲ୍ଲୀର ଲୋକଙ୍କ ପାଇଁ ସ୍ୱାସ୍ଥ୍ୟ ଏବଂ ନିରାପତ୍ତା ପାଇଁ ସେଣ୍ଟ୍ରାଲ ଭିଷ୍ଟା ନିର୍ମାଣ କାର୍ଯ୍ୟ ବନ୍ଦ କରିବାକୁ ଆବେଦନ କରିଥିଲେ। ଯଦି ସରକାର ଏହି କଥାକୁ ବୁଝି ପାରୁ ନାହାନ୍ତି ତେବେ ଏହା ଏକ ଦୁର୍ଭାଗ୍ୟଜନକ ବିଷୟ। ଲୁଥ୍ରା କହିଛନ୍ତି ଯେ ବର୍ତ୍ତମାନ ଚାଲିଥିବା ନିର୍ମାଣ କାର୍ଯ୍ୟ ସେଣ୍ଟ୍ରାଲ୍ ଭିସ୍ଟା ନୁହେଁ, ବରଂ “ମୃତ୍ୟୁର କେନ୍ଦ୍ରୀୟ ଦୁର୍ଗ” ଏବଂ ଏହାକୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଜର୍ମାନର “ଆୟୁସଚିୱାଜ୍” ସହିତ ତୁଳନା କରିଥିଲେ। ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଏହି ତୁଳନାରେ ଅସନ୍ତୋଷ ବ୍ୟକ୍ତ କରି କହିଛନ୍ତି ଯେ ଜଣେ ଏହାକୁ ସମାଲୋଚନା କରିପାରନ୍ତି କିନ୍ତୁ କୋର୍ଟରେ ଏଭଳି ଭାଷା ବ୍ୟବହାର କରାଯିବା ଉଚିତ ନୁହେଁ। ସୂଚନା ଯୋଗ୍ୟ ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପ ଅଧୀନରେ ନୂତନ ସଂସଦ ଭବନ ଏବଂ ସରକାରୀ ମନ୍ତ୍ରଣାଳୟ ନିର୍ମାଣ କରାଯାଉଛି। ଏହି ପ୍ରକଳ୍ପ ଅଧୀନରେ ବର୍ତ୍ତମାନର ସଂସଦ ଗୃହ ସ୍ଥାନରେ ଏକ ତ୍ରିଭୁଜ ଆକୃତିର ସଂସଦ ଗୃହ ନିର୍ମାଣ ହେବ।

Related Posts