କରୋନା ପାଇଁ ଅକ୍ଟୋବର ୧୦କୁ ଘୁଞ୍ଚିଲା ସିଭିଲ ସର୍ଭିସ ପ୍ରିଲିମିନାରି ପରୀକ୍ଷା

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : କୋଭିଡ୍ ମହାମାରୀର ଭୟାବହତାକୁ ଦୃଷ୍ଟିରେ ରଖି ଘୁଞ୍ଚିଲା ୟୁପିଏସସି ପ୍ରିଲିମିନାରି ପରୀକ୍ଷା। ଜୁନ୍ ୨୭ରେ ଚଳିତ ବର୍ଷର ପ୍ରିଲିମ ପରୀକ୍ଷା ହେବାର ଥିଲା, ଏଥିପାଇଁ ମାର୍ଚ୍ଚ 4, 2021 ରେ ବିଜ୍ଞପ୍ତି ଜାରି କରାଯାଇଥିଲା। କିନ୍ତୁ କରୋନା ପାଇଁ ପରୀକ୍ଷା ତାରିଖ ପରିବର୍ତ୍ତନ କଲା ୟୁନିଅନ ପବ୍ଲିକ ସର୍ଭିସ କମିସନ (UPSC)। ତେବେ ନୂଆ ତାରିଖ ଅକ୍ଚୋବର ୧୦ ତାରିଖ ସ୍ଥିର କରାଯାଇଛି। ଗତବର୍ଷ ମଧ୍ୟ କରୋନା ପାଇଁ ପ୍ରିଲିମ ପରୀକ୍ଷା ଅକ୍ଚୋବର ପ୍ରଥମ ସପ୍ତାହରେ ହୋଇଥିଲା। ଦେଶରେ କରୋନାର ଦ୍ୱିତୀୟ ଲହର ଏବେ ଜାରି ରହିଛି। ଏହା ପୂର୍ବରୁ
କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ଚଳିତ ବର୍ଷ ପରୀକ୍ଷା ଘୋଷଣା କରିଥିଲା, କିନ୍ତୁ ମାର୍ଚ୍ଚ ଶେଷ ସୁଦ୍ଧା ସଂକ୍ରମଣ ବୃଦ୍ଧି ପାଇବା ପରେ ଦଶମ ପରୀକ୍ଷା ବାତିଲ ହୋଇଥିବାବେଳେ ଦ୍ୱାଦଶ ପରୀକ୍ଷା ସ୍ଥଗିତ ରଖାଯାଇଛି।

ତେଣୁ ୟୁପିଏସସି ପରୀକ୍ଷା ତାରିଖ ଘୁଞ୍ଚାଇବାକୁ ପରୀକ୍ଷାର୍ଥୀ ଦାବି କରୁଥିଲେ। କରୋନା ସଂକ୍ରମଣର ଭୟାବହତାକୁ ବିଚାରକୁ ନେଇ ୟୁପିଏସସି ପରୀକ୍ଷା ତାରିଖ ଘୁଞ୍ଚାଇଛି।ସୂଚନାଯୋଗ୍ୟ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟ ଅନୁଯାୟୀ ବିଗତ ୨୪ ଘଣ୍ଟାରେ ୩.୬୨ ଲକ୍ଷ କରୋନାରେ ସଂକ୍ରମିତ ହୋଇଛନ୍ତି। ଆଉ ୪,୧୨୦ ଜଣଙ୍କର ମୃତ୍ୟୁ ଘଟିଛି। ନୂଆ ମୃତକଙ୍କୁ ମିଶାଇ ଦେଶରେ ମୋଟ୍ ୨.୫୮ ଲକ୍ଷ ଜଣ କରୋନାରେ ପ୍ରାଣ ହରାଇଛନ୍ତି। ତେବେ ଚିହ୍ନଟ ହୋଇଥିବା ମୋଟ୍ ସଂକ୍ରମିତଙ୍କ ମଧ୍ୟରୁ କର୍ଣ୍ଣାଟକ, ମହାରାଷ୍ଟ୍ର, କେରଳ ଏବଂ ତାମିଲନାଡୁରରୁ କେବଳ ୧୫.୮୭ ପ୍ରତିଶତ କୋଭିଡ ଆକ୍ରାନ୍ତ ରହିଛନ୍ତି।

Related Posts