ଗୋଆରେ ସରକାର ଗଠନ କରି କେବଳ ଲୁଟିବା ଉଦ୍ଦେଶ୍ୟରେ ଅଛନ୍ତି କଂଗ୍ରେସ ଓ ବିଜେପି: ମନୀଷ ସିସୋଦିଆ

ଗୋଆ(ସତ୍ୟପାଠ ବ୍ୟୁରୋ): ଦେଶର ପାଞ୍ଚଟି ସ୍ଥାନରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏନେଇ ସମସ୍ତ ରାଜନୈତିକ ଦଳ ଚଳଚଞ୍ଚଳ ହୋଇ ଉଠିଛନ୍ତି । ଏପରିକି ନେତାମାନେ ପରସ୍ପରଙ୍କୁ ନେଇ ସମାଲୋଚନା କରୁଥିବାର ମଧ୍ୟ ଦେଖିବାକୁ ମିଳିଛି । ଏହା ମଧ୍ୟରେ ନିର୍ବାଚନ ପ୍ରଚାର ପାଇଁ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଗୋଆରେ ପହଞ୍ଚିଛନ୍ତି। ସେପଟେ ଗୋଆରେ ପହଞ୍ଚିବା ମାତ୍ରେ ହିଁ ମନୀଷ ସିସୋଦିଆ କଂଗ୍ରେସ ଓ ବିଜେପିକୁ ଟାର୍ଗେଟ କରିଥିବାର ଦେଖିବାକୁ ମିଳିଛି । ତେବେ ଗୋଆରେ ସରକାର ଗଠନ କରି କିପରି ଲୁଟିବା ପ୍ରୟାସରେ ବିଜେପି ଆଉ କଂଗ୍ରେସ ରହିଥିବାବେଳେ ଆପ ସରକାର ସ୍ୱାସ୍ଥ୍ୟ, ଶିକ୍ଷା, ଦୁର୍ନୀତି ଏବଂ ନିଯୁକ୍ତି କିପରି କରାଯାଇପାରିବ ସେନେଇ ଚିନ୍ତା କରୁଛି । ଆମର ଏଜେଣ୍ଡା ହେଉଛି ଗୋଆ ଏକ ନୂତନ ଦିଗ ପାଇବା ଉଚିତ ବୋଲି ମନୀଷ ସିସୋଦିଆ କହିଛନ୍ତି ।

ଏ ଖବର ସାମ୍ନାକୁ ଆସିବା ପରେ ଦେଶର ରାଜନୀତି ବେଶ ସରଗରମ ହୋଇ ଉଠିଛି । ଅନ୍ୟପଟେ ଗୋଆରେ କେବଳ ଗୋଟିଏ ପର‌୍ୟ୍ୟାୟରେ ଭୋଟିଂ ଅନୁଷ୍ଠିତ ହେବ । ଫେବୃଆରୀ ୧୪ ରେ ଏଠାରେ ଭୋଟ୍ ଦିଆଯିବ । ସେପଟେ ମାର୍ଚ୍ଚ ୧୦ ରେ ଫଳାଫଳ ଘୋଷଣା କରାଯିବ । ବର୍ତ୍ତମାନ ଗୋଆରେ ବିଜେପି ସରକାର ଅଛି। ଏହାର ନିଜସ୍ୱ ୨୫ ଜଣ ବିଧାୟକ ଏବଂ ଏକ ସ୍ୱାଧୀନତ ସମର୍ଥନ ରହିଛି । ନିକଟରେ ଦୁଇ ବିଜେପି ବିଧାୟକ କାର୍ଲୋସ ଆଲମେଡିଆ ଏବଂ ଏଲିନା ସାଲଡାନା ବିଜେପିରୁ ଇସ୍ତଫା ଦେଇଛନ୍ତି। ବର୍ତ୍ତମାନ ଦେଖିବାର ବିଷୟ ଏଥର ଗୋଆରେ ବାଜି କିଏ ମାରୁଛି ?

Related Posts