ବେକାରୀ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିବାକୁ ମୁଖ୍ୟମନ୍ତ୍ରୀ କେସିଆରଙ୍କୁ ଦାବି କଲା କଂଗ୍ରେସ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଜ୍ୟରେ ବେକାରୀ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିବାକୁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କୁ ଦାବି କରିଛି କଂଗ୍ରେସ । ଏ ଖବର ସାମ୍ନାକୁ ଆସିବା ପରେ ଦେଶର ରାଜନୀତି ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି । ତେବେ ତେଲେଙ୍ଗାନାର ବରିଷ୍ଠ କଂଗ୍ରେସ ନେତା ଦାସୋଜୁ ଶ୍ରାବଣ କୁମାର ମୁଖ୍ୟମନ୍ତ୍ରୀଙ୍କୁ ଏପରି ଦାବି କରିଥିବାର ଦେଖିବାକୁ ମିଳିଛି । କାହିଁକିନା ବେସରକାରୀ କ୍ଷେତ୍ରରେ ମଧ୍ୟ ସ୍ଥାନୀୟ ଲୋକଙ୍କ ପାଇଁ ୯୫% ଚାକିରି ସଂରକ୍ଷିତ ରହିଛି ବୋଲି ନିଶ୍ଚିତ କରିବାକୁ ସେ ଏକ ଆଇନଗତ କାର୍ଯ୍ୟ କରିବାକୁ ଦାବି କରିଛନ୍ତି ।

ସେପଟେ ରାଜ୍ୟରେ ବେକାରୀ ସମସ୍ୟା ହେତୁ ୪୦ ଲକ୍ଷ ଲୋକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ଦସୋଜୁ ଅଭିଯୋଗ କରିଛନ୍ତି । ଯୁବକମାନଙ୍କୁ ରୋଜଗାର, ରୋଜଗାରର ସୁଯୋଗ ଏବଂ ତାଲିମ ଯୋଗାଇବା ପାଇଁ ଘରୋଇ କ୍ଷେତ୍ରର କମ୍ପାନୀମାନଙ୍କ ସହଯୋଗରେ ଚାକିରି ଆୟୋଜନ କରାଯିବା ଉଚିତ ବୋଲି କଂଗ୍ରେସ ନେତା ଦାସୋଜୁ ଶ୍ରାବଣ କୁମାର ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ପରାମର୍ଶ ଦେଇଛନ୍ତି । ଏଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

Related Posts