ଦ୍ରୌପଦୀ ମୁର୍ମୁଙ୍କୁ ଉଦ୍ଧବଙ୍କ ସମର୍ଥନ ଘୋଷଣା ଉପରେ ପ୍ରଶ୍ନ ଉଠାଇଲା କଂଗ୍ରେସ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆଗାମୀ ରାଷ୍ଟ୍ରପତି ନିର୍ବାଚନ ପାଇଁ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଘୋଷଣା କରିଛନ୍ତି ଉଦ୍ଧବ ଠାକରେ। ଏହାପରେ ମହାରାଷ୍ଟ୍ରରେ ଉଦ୍ଧବଙ୍କ ସହଯୋଗୀ ଦଳ ଥିବା କଂଗ୍ରେସ ଏହା ଉପରେ ପ୍ରଶ୍ନ ଉଠାଇଛି। ଏହି ଘଟଣା ଉପରେ ମହାରାଷ୍ଟ୍ର କଂଗ୍ରେସର ବରିଷ୍ଠ ନେତା ବାଲାସାହେବ ଥୋରଟ ଅସନ୍ତୋଷ ଜାହିର କରିଛନ୍ତି। ସେ ଟୁଇଟ କରି ଦ୍ରୌପଦୀଙ୍କୁ ସମର୍ଥନ ଦେବା ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ରାଷ୍ଟ୍ରପତି ନିର୍ବାଚନ ହେଉଛି ଏକ ବିଚାରଧାରାର ଲଢେଇ ଏହି ଲଢେଇ ପୁରୁଷ, ସ୍ତ୍ରୀ କିମ୍ବା ଆଦିବାସୀ, ଅଣ ଆଦିବାସୀ ଙ୍କ ମଧ୍ୟରେ ନୁହେଁ। ଯେଉଁମାନେ ସମ୍ବିଧାନ କୁ ରକ୍ଷା କରିବାକୁ ଚାହୁଁଥିବେ ସେମାନେ ଯଶୋବନ୍ତ ସିହ୍ନା ଙ୍କୁ ଭୋଟ ଦେବେ।ଅନ୍ୟ ଏକ ଟୁଇଟରେ ସେ କହିଛନ୍ତି“ଶିବସେନା ଏକ ଭିନ୍ନ ରାଜନୈତିକ ଦଳ, ତେଣୁ ସେମାନେ ସ୍ୱାଧୀନ ଭାବରେ ସେମାନଙ୍କର ନିଷ୍ପତି ନେଇପାରିବେ। ଏହା ଆଦର୍ଶର ଲଢେଇ ଶିବ ସେନା ମହା ବିକାଶ ଆଗାଡି (MVA) ର ଏକ ଅଂଶ, କିନ୍ତୁ ନିଷ୍ପତ୍ତି ନେବାବେଳେ ସେମାନେ ଆମ ସହ କିଛି ଆଲୋଚନା କରିନାହାଁନ୍ତି। ”

ସୂଚନା ଅନୁସାରେ ଶିବସେନା ବିରୋଧୀ ମେଣ୍ଟରେ ଥିଲେ ମଧ୍ୟ ଦଳର କିଛି ସାଂସଦ ବିଜେପିର ପ୍ରାର୍ଥୀ ଦ୍ରୌପଦୀଙ୍କୁ ସମର୍ଥନ ଦେବାପାଇଁ ଉଦ୍ଧବଙ୍କ ଉପରେ ଚାପ ପକାଇଥିଲେ ଏହାପରେ ଉଦ୍ଧବ ଦ୍ରୌପଦୀଙ୍କୁ ସମର୍ଥନ ଦେବା କଥା ଘୋଷଣା କରିଥିଲେ। ଏହାପରେ କଂଗ୍ରେସ ଉଦ୍ଧବଙ୍କ ନିଷ୍ପତିକୁ ନାପସନ୍ଦ କରିଛି।

Related Posts