ବଲିଉଡର କଣ୍ଟ୍ରୋଭର୍ସି କୁଇନ୍‌ଙ୍କୁ କୋର୍ଟଙ୍କ ନାଲି ଆଖି

ମୁମ୍ବାଇ : ପୁଣି ଚର୍ଚ୍ଚାରେ ବଲିଉଡର କଣ୍ଟ୍ରୋଭର୍ସି କୁଇନ୍‌ କଙ୍ଗନା । ବିବାଦ ଓ କଙ୍ଗନା ଯେପରି ପରସ୍ପର ସହ ଜଡ଼ିତ । ତେବେ ଏହାରି ମଧ୍ୟରେ କଙ୍ଗନା କୁ ମାନ୍ୟବର ବିଚାରପତି ଭର୍ତ୍ସନା କରିଛନ୍ତି । ସଙ୍ଗୀତକାର ଜାଭେଦ ଅଖତରଙ୍କ ଦ୍ୱାରା କଙ୍ଗନାଙ୍କ ବିରୋଧରେ ରୁଜୁ ହୋଇଥିବା ମାନହାନୀ କେସ୍‌ ମାମଲାରେ ତାଙ୍କୁ ବଡ଼ ଝଟକା ଲାଗିଛି । ତାଙ୍କ ଅଡୁଆ ଆହୁରି ବଢ଼ିବାରେ ଲାଗିଛି। କୋର୍ଟ କଙ୍ଗନାଙ୍କ ଉପରେ ଜୋରଦାର ବର୍ଷିଛନ୍ତି।ନିକଟରେ କଙ୍ଗନା ଆନ୍ଧରି ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ କୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ। ଶୁଣାଣି ସମୟରେ ତାଙ୍କୁ ହାଜର ହେବାକୁ ସ୍ଥାୟୀ ଛାଡ ଦିଆଯାଉ ବୋଲି ସେ ତାଙ୍କ ଆବେଦନରେ କହିଥିଲେ। ହେଲେ କୋର୍ଟ କଙ୍ଗନାଙ୍କ ଏହି ଆବେଦନକୁ ଖାରଜ କରିଛନ୍ତି ।

ଏହି ଘଟଣାରେ ସ୍ଥାୟୀ ଛାଡ ପାଇଁ ଅଭିନେତ୍ରୀଙ୍କୁ ତାଗିଦ କରିଛନ୍ତି। କୋର୍ଟ କହିଛନ୍ତି ‘ଅଭିନେତ୍ରୀ ତାଙ୍କର ବୃତ୍ତିଗତ କାର୍ଯ୍ୟ ହେତୁ ବ୍ୟସ୍ତ ଥାଇପାରନ୍ତି, କିନ୍ତୁ ସେ ଭୁଲନ୍ତୁ ନି ଯେ ସେ ମଧ୍ୟ ଏହି ମାମଲାରେ ଜଣେ ଅଭିଯୁକ୍ତ।’ତେବେ ମିଡିଆ ରିପୋର୍ଟ ଅନୁସାରେ କଙ୍ଗନା ମାତ୍ର ଦୁଇ ଥର ଏହି ମାମଲାରେ କୋର୍ଟରେ ହାଜର ହୋଇଛନ୍ତି। ପ୍ରଥମେ ଯେତେବେଳେ ଏହି ମାମଲା କୋର୍ଟରେ ପହଞ୍ଚିଲା ଏବଂ ଦ୍ୱିତୀୟରେ ଯେତେବେଳେ କଙ୍ଗନା ମାଜିଷ୍ଟ୍ରେଟଙ୍କୁ ପକ୍ଷପାତିତା କରୁଥିବା ଅଭିଯୋଗ ଆଣିଥିଲେ।

ଉଲ୍ଲେଖଯୋଗ୍ୟ, ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଦେହାନ୍ତ ପରେ କଙ୍ଗନା ଏକ ଇଣ୍ଟରଭ୍ୟୁ ଦେଇଥିଲେ। ଏଥିରେ କଙ୍ଗନା ଜାଭେଦ ଅଖତରଙ୍କୁ ଟାର୍ଗେଟ୍‌ କରିଥିଲେ। ସେ କହିଥିଲେ, ‘ବଲିଉଡର ‘ସୁସାଇଡ୍‌ ଗ୍ୟାଙ୍ଗ’ ସହ ଜାଭେଦ ଅଖତରଙ୍କ ସମ୍ପର୍କ ରହିଛି, ଯେଉଁମାନେ କି ଆଉଟ ସାଇଡରଙ୍କୁ ଆତ୍ମହତ୍ୟା କରିବା ପାଇଁ ଉସ୍‌କାଇଥାନ୍ତି।’ ଏହି ବୟାନ ପରେ ଜାଭେଦ ତାଙ୍କ ଭାବମୂର୍ତ୍ତି ଖରପ କରିଥିବା ଅଭିଯୋଗରେ କଙ୍ଗନାଙ୍କ ବିରୋଧରେ ମାଜିଷ୍ଟ୍ରେଟ୍‌ କୋର୍ଟରେ ମାନହାନୀ ମାମଲା ରୁଜୁ କରିଥିଲେ। ଯାହାକୁ ନେଇ କୋର୍ଟ ତାଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ ।

Related Posts