ଆସୁଛି କରୋନା ଟୀକା ! ଅଗଷ୍ଟରେ ରୁଷିଆ, ନଭେମ୍ବରେ ଆମେରିକା

କରୋନାକୁ ନେଇ ସାରା ବିଶ୍ବ ଏକ ଭୟଙ୍କର ସଙ୍କଟ ଦେଇ ଗତି କରୁଥିବା ବେଳେ ପ୍ରତ୍ୟକ ଦେଶ ଏହାର ନିରାକରଣ ପାଇଁ ଲାଗି ପଡିଛନ୍ତି। କେତେଶିଘ୍ର ଏହାର ଟିକା କିଏ ଉଦ୍ଭାବନ କରିବ ସେଥିପାଇଁ ମଧ୍ୟ ଏକ ପ୍ରକାରର ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି। ଏହାରି ମଧ୍ୟରେ ଋଷ୍ ଦାବି କରିଛି ଆସନ୍ତା ଅଗଷ୍ଟ ୧୦ ସୁଦ୍ଧା କରୋନା ଟିକା ବିଶ୍ବବାସୀଙ୍କ ପାଇଁ ଉପଲବ୍ଧ କରିବାକୁ ଯାଉଛି।

ସମସ୍ତଙ୍କର ମନରେ ପ୍ରଶ୍ନ ଉଠିବା ସ୍ବାଭାବିକ୍ ଋଷ ଏହା କିପରି କରିବାରେ ସକ୍ଷମ ହେଲା  ?

ଏଠାରେ ସ୍ମରଣଯୋଗ୍ୟ ଋଷର ମସ୍କୋସ୍ଥିତ ଗାମେଲ୍ୟା ଇନଷ୍ଟିଚ୍ୟୁଟ ଅଫ୍ ଏପିଡେମୋଲୋଜି ଏବଂ ମାଇକ୍ରୋ ବାୟୋଲୋଜୀ ଦ୍ବାରା ଏହା ପ୍ରସ୍ତୁତ ହୋଇଛି। ଅନ୍ୟ ଦେଶମାନେ ଟିକା ପ୍ରସ୍ତୁତ କରିବାର ପ୍ରତିଟି ଖବର ପ୍ରକାଶ କରୁଥିବା ବେଳେ ଋଷ ଏହାକୁ ପୁରାପୁରି ଗୁପ୍ତ ରଖିଥିଲା। ଶୁଣିବାକୁ ମିଳୁଛି ଗତ ଜୁନ ମାସରେ ଋଷ ଏହି ଟିକାର ମାନବ ପରିକ୍ଷଣ ମଧ୍ୟ ସଫଳତାର ସହ ଶେଷ କରିଛି। ଋଷର ଏଭଳି ଗୁପ୍ତ ପ୍ରସ୍ତୁତିକୁ ନେଇ ଆମେରିକା ଅଭିଯୋଗ ଉଠାଇଛି। ତଥ୍ୟ ଚୋରିକରି ଋଷ ଏହି ଟିକା ପ୍ରସ୍ତୁତ କରୁଛି ବୋଲି ମଧ୍ୟ ଅଭିଯୋଗ କରିଛି। ସମୟ କହିବ କିଏ ସତ୍ୟ କହୁଛି କିନ୍ତୁ କରୋନାର ଭୟାବହତାରୁ ରକ୍ଷା ପାଇବା ପାଇଁ ଟିକାର ଏକାନ୍ତ ଆବଶ୍ୟକତା ଅଛି ଏଥିରେ ଦ୍ବିମତ ନାହିଁ।

Related Posts