ଝିଅକୁ ରୁଷର କ୍ଷମତା ଗାଦିରେ ବସାଇବାକୁ ପୁଟିନଙ୍କ ଯୋଜନା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଝିଅକୁ ରୁଷର କ୍ଷମତା ଗାଦିରେ ବସାଇବାକୁ ପୁଟିନଙ୍କ ଯୋଜନା । ତେବେ ରୁଷ ଓ ୟୁକ୍ରେନ ଯୁଦ୍ଧ ମଝିରେ ପୁଟିନ ନିଜ ଝିଅକୁ ରୁଷର କ୍ଷମତା ଦାଗିରେ ବସାଇବାକୁ ଯୋଜନା କରୁଛନ୍ତି। ଏଥିପାଇଁ ପାର୍ଲିଆମେଣ୍ଟରେ ଏକ ଗୁରୁତ୍ୱପୂର୍ଣ୍ଣ ପଦ ଦେବାକୁ ଯାଉଛନ୍ତି।ପୁଟିନଙ୍କ ଦେହାନ୍ତ ପରେ ରୁଷରେ ସ୍ଥିତି କିପରି ବଜାୟ ରହିବ ସେନେଇ କ୍ରେମଲିନ ଅଧିକାରୀମାନେ ଚିନ୍ତିତ ଅଛନ୍ତି। ରୁଷର ଏଲିଟ୍ ଗ୍ରୁପ ପୁଟିନଙ୍କ ବିନା ସେମାନଙ୍କ ଭବିଷ୍ୟତ କଥା ଚିନ୍ତା କରିବା ଆରମ୍ଭ କରିସାରିଛନ୍ତି।

ତେବେ ସେମାନଙ୍କ ଚିନ୍ତା ଦୂର କରିପାରନ୍ତି ପୁଟିନଙ୍କ ୩୫ ବର୍ଷିୟ ଝିଅ କାଟେରିନା ଟିକୋନୋଭା । ରୁଷ ରାଷ୍ଟ୍ରପତି ପଦ ପାଇଁ ଭ୍ଲାଦିମିର ପୁଟିନଙ୍କ ଝିଅ କାଟେରିନାଙ୍କ ନାଁକୁ ନେଇ ସକ୍ରିୟ ଆଲୋଚନା ହେଉଛି। ତେବେ ଏହି ନିଷ୍ପତ୍ତିକୁ କେହି ବିରୋଧ କରିବେନି ବୋଲି ଚର୍ଚ୍ଚା ହେଉଛି। ପୁଟିନ ଏବଂ ତାଙ୍କର ପ୍ରଥମ ପତ୍ନୀ ଲ୍ୟୁଡମିଲାଙ୍କ ସନ୍ତାନ ହେଉଛନ୍ତି ଟିକୋନୋଭା । କାଟେରିନା ହେଉଛନ୍ତି ଏକମାତ୍ର ନେତ୍ରୀ ଯିଏ ସିଧାସଳଖ ଉତ୍ତରାଧିକାରୀ ନ ହୋଇ ପୁଟିନ ଶାସନର ଅସ୍ତିତ୍ୱର ସ୍ଥିରତାକୁ ସୁନିଶ୍ଚିତ କରି କାର‌୍ୟ୍ୟ କରିପାରିବେ।

Related Posts