
ରାଇରଙ୍ଗପୁର: ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପ କାରାଗାରର କଏଦୀଙ୍କ ମୃତ୍ୟୁ । ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।
ସୂଚନା ଅନୁଯାୟୀ ବିଶୋଇ ଥାନା ଅନ୍ତର୍ଗତ ବିଜାତଳା ବ୍ଲକ କୁମ୍ଭାରସାହି ଗ୍ରାମର ଚୈତନ୍ୟ ବେହେରା (୬୫) ୨୦୧୭ ମସିହାରୁ ଏକ ଦୁଷ୍କର୍ମ ମାମଲାରେ ରାଇରଙ୍ଗପୁର ଉପ କାରାଗାରରେ ସଜା କାଟୁଥିଲେ। ତେବେ ଗତ ଅଗଷ୍ଟ ମାସରେ ଚୈତନ୍ୟଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ ପ୍ରଥମେ ରାଇରଙ୍ଗପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ବାରିପଦା ପିଆରଏମ୍ ମେଡିକାଲ କଲେଜ ଏବଂ ସେଠାରୁ ପୁଣି କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଥିଲା।
ସ୍ୱାସ୍ଥ୍ୟରେ ଉନ୍ନତି ହେବାରୁ ଗତ ସେପ୍ଟେମ୍ବର ୨୭ ତାରିଖରେ କଟକରୁ ତାଙ୍କୁ ରାଇରଙ୍ଗପୁର ଜେଲକୁ ପଠାଇଦିଆଯାଇଥିଲା । ତେବେ ଜେଲରେ ପୁଣି ତାଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ ପୁଣି ରାଇରଙ୍ଗପୁର ହସ୍ପିଟାଲ ଏବଂ ପରେ କଟକକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରୁ ଗତ ଅକ୍ଟୋବର ୭ ତାଥରିଖ ଦିନ ଔଷଧ ଦେଇ ପୁଣି ରାଇରଙ୍ଗପୁର ହସ୍ପିଟାଲକୁ ପଠାଇଦେଇଥିଲେ। ତେବେ ଗତକାଲି ରାତିରେ ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି।
ହସ୍ପିଟାଲରେ ଜେଲ କର୍ତ୍ତୃପକ୍ଷ, କଏଦୀଙ୍କ ପରିବାର ଲୋକେ ଉପସ୍ଥିତ ଅଛନ୍ତି। ଦୀର୍ଘଦିନ ହେବ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇଥିଲା ବୋଲି ଜେଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।