ଚର୍ଚ୍ଚାର ହେଲା ଅନ୍ତ: ଫେରିଲେ ବାବୁସାନ୍

ଭୁବନେଶ୍ୱର : ଚେନ୍ନାଇରୁ ଇଣ୍ଡିଗୋ ବିମାନ ଯୋଗେ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି ବାବୁସାନ୍ । ଲାଗିରହିଥିବା ଚର୍ଚ୍ଚାର ଏବେ ଅନ୍ତ ଘଟିଛି । ମଙ୍ଗଳବାର ରାତିଠୁ ଲାଗିରହିଥିବା କଳ୍ପନାଜଳ୍ପନାରେ ଶେଷ ହୋଇଛି । ଶେଷରେ ଓଡିଶାରେ ପହଞ୍ଚିଛନ୍ତି ବାବୁସାନ ମହାନ୍ତି ।

ତେବେ ସେ ଭୁବନେଶ୍ୱରରେ ପହଂଚିବା ପରେ ବାପା, ମାଆଙ୍କ ପାଖକୁ ଯିବି ବୋଲି କହିଛନ୍ତି । ବାବୁସାନ୍‌ଙ୍କୁ ଥାନାରେ ହାଜର ହେବାକୁ ନୋଟିସ୍‌ ଦେଇଛି ପୋଲିସ ।

ଖବର ଅନୁଯାୟୀ, ମଙ୍ଗଳବାର ଚେନ୍ନାଇ ଏୟାରପୋର୍ଟରେ ଦେଖା ଦେଇଥିଲେ ବାବୁସାନ । ଚେନ୍ନାଇ ଏୟାରପୋର୍ଟରେ ବାବୁସାନଙ୍କୁ ଦେଖିଥିଲେ ଯାତ୍ରୀ । ଚେନ୍ନାଇରୁ ଭୁବନେଶ୍ବର ଆସିଲା ଫ୍ଲାଇଟ୍, ହେଲେ ବାବୁସାନଙ୍କର ଦେଖାମିଳିଲାନି । ଫଳରେ ପୁଣି ବାବୁସାନଙ୍କୁ ନେଇ ବଢ଼ିଥିଲା ସସପେନ୍ସ । ମଙ୍ଗଲବାରଠୁ ଦୁଇ ବନ୍ଧୁଙ୍କ ସହ ସେ ଚେନ୍ନାଇ ଏୟାରପୋର୍ଟରେ ବୁଲୁଥିବା ଭିଡିଓରେ ଦେଖାଯାଇଥିଲେ। ଆଉ ଏବେ ମାନେ ଗୋଟିଏ ଦିନ ପରେ ମାନ ବୁଧବାର ଦିନ ସକାଳୁ ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିଥିଲେ ବାବୁସାନ୍‌ ।

ସେପଟେ ଚେନ୍ନାଇରୁ ଭୁବନେଶ୍ୱର ଆସିବା ପରେ ପ୍ରକୃତିଙ୍କୁ ମଙ୍ଗଳବାର ଜେରା କରିଛି ପୋଲିସ । ପ୍ରାୟ ଏକ ଘଣ୍ଟା ଧରି ପ୍ରକୃତି ମିଶ୍ରଙ୍କୁ ଜେରା କରିଥିଲା ଖାରବେଳନଗର ଥାନା ପୋଲିସ । ଏହି ଜେରା ସମୟରେ ପ୍ରାୟ ୧୦ରୁ ଅଧିକ ପ୍ରଶ୍ନର ଉତ୍ତର ଦେଇଥିଲେ ପ୍ରକୃତି ।

Related Posts